logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପସଭାପତି ଭାବେ ମନୋନୀତ ହେଲେ ନିଶ୍ଚିନ୍ତକୋଇଲି ର ଯୁବ ନେତା ବିପ୍ଳବ କାପ

କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପସଭାପତି ଭାବେ ବିପ୍ଳବ କାପ ମନୋନୀତ ହୋଇଛନ୍ତି।

ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ପ୍ରତ୍ୟକ୍ଷ ଇଙ୍ଗିତ ତଥା ରାଜ୍ୟ ଓ ଜିଲ୍ଲା ବିଜୁ ଯୁବ ଜନତା ଦଳ ଆହ୍ୱାନ କ୍ରମେ କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପସଭାପତି ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ଜଣାଶୁଣା ଯୁବନେତା ବିପ୍ଳବ କାପଙ୍କୁ ମନୋନୀତ କରାଯାଇଛି।

ସୂଚନା ଥାଉକି ଶ୍ରୀ କାପ ଗତ କିଛି ମାସ ହେବ ମାହାଙ୍ଗା ବିଜେପି ଦଳର କାର୍ଯ୍ୟରେ ଅତିଷ୍ଠ ହୋଇ ବିଜେପି ଦଳ ପରିତ୍ୟାଗ କରି ବିଜେଡି ଦଳରେ ଯୋଗଦାନ କରିଥିଲେ।

ବିଜେଡି ଦଳରେ ଯୋଗଦାନ ପରେ ମନ୍ତ୍ରୀ ପ୍ରତାପ ଜେନା ଆଜି ଶ୍ରୀ କାପଙ୍କ ଉପରେ ଆସ୍ଥା ଓ ଭରସା ରଖି କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପସଭାପତି ଭାବେ ମନୋନୀତ କରିଛନ୍ତି। ବିପ୍ଳବ କାପ ଙ୍କୁ ଉପସଭାପତି କରାଯାଇଥିବାରୁ ଶ୍ରୀ କାପ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କୃତଜ୍ଞତା

ଜଣାଇଛନ୍ତି ଏବଂ ମନ୍ତ୍ରୀଙ୍କ ଶ୍ରୀ କାପଙ୍କ ପ୍ରତି ଥିବା ଭଲପାଇବାକୁ ସେ ଆଗାମୀ ଦିନରେ ଏକ ଶକ୍ତିଶାଳୀ କରି ବିଜେଡିର ହାତମୁଠାକୁ ଟାଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

156
14872 views

Comment