logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସଂଯୋଗୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ ସଞ୍ଜୟ।

ସଂଯୋଗୀ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ ହେଲେ ସଞ୍ଜୟ।

ଘଟଗାଁ -୦୮/୦୬ (ଖଣ୍ଡାଧାର ନିଉଜ) ରାଜ୍ୟର ସୁନାମଧନ୍ଯ ଅଗ୍ରଣୀ ସଂଯୋଗୀ ସାହିତ୍ୟ ସଂସଦର ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ ଘଟଗାଁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ସାହିତ୍ୟ ସଂସଦର ସଭାପତି ଉପେନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନ ର ସମ୍ପାଦକ ତଥା ସଂସଦର ପ୍ରାଣ ପ୍ରତିଷ୍ଠାତା କେନ୍ଦୁଝର ମାଟିର ଗର୍ବ ବାବୁଲାଲ ପଲେଇ ଙ୍କ ସୁ ପରିଚାଳନା ରେ ମୁଖ୍ୟ ଅତିଥି ଭାବେ ଜଗତତ୍ସିଂହପୁର ଜିଲ୍ଲାର କବି, ସଂଗଠକ, ସମାଜସେବୀ ଡ.ବସନ୍ତ ମଞ୍ଜରି ଦାସ, ମୁଖ୍ୟ ବକ୍ତାଭାବେ ଜ୍ୟୋତିବିହାର ବିଶ୍ୱ ବିଦ୍ୟାଳୟ ବୁର୍ଲା ର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଡ଼କ୍ଟର ସୁନିତା ଦେବତା ,ଓ ସମ୍ମାନିତ ଅତିଥିଭାବେ ବରିଷ୍ଠ ସାହିତ୍ୟିକ ଦେବାଶିଷ ଚକ୍ରବର୍ତ୍ତୀ ଓ ମାଲକାନଗିରି ର କବି ଦିଗାମ୍ବର ବେହେରା ମଞ୍ଚାସୀନ ହୋଇଥିଲେ l କାର୍ଯକ୍ରମ ରେ ୩୦ ଟି ଜିଲ୍ଲାରୁ ୨୦୦ ରୁ ଅଧିକ ସାହିତ୍ୟିକ, କବି ,କବୟିତ୍ରୀ ମାନେ ଯୋଗଦେଇଥିଲେ l ଓଡିଶାର ବିଭିନ୍ନ ସ୍ରଷ୍ଠା ମାନଙ୍କର ୧୨ ଖଣ୍ଡ ପୁସ୍ତକ ଉନ୍ମୋଚନ ହୋଇଥିଲା l ବହୁ ବରେଣ୍ୟ ବ୍ୟକ୍ତିଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରତିଭା ପାଇଁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା l ସେଥି ମଧ୍ୟରୁ ଘଟଗାଁ ବ୍ଲକ ଢେଙ୍କିକୋଟ ର ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ, କବି ତଥା ରାଜ୍ୟସ୍ତରୀୟ ମଞ୍ଚ ଉଦଘୋଷକ ସଞ୍ଜୟ କୁମାର ସାହୁ ଙ୍କୁ ଅନୁଷ୍ଠାନ ତରଫରୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନକରି ସଂଯୋଗୀ ସ୍ରଷ୍ଟା ,ସୃଜନୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ସନ୍ତୋଷ କୁମାର ପତି, ହୃଷୀକେଶ ଦାଶ, ଡମ୍ବରୁଧର ମହାନ୍ତ,ପୁଷ୍ପକ କୁମାର ବେହେରା, ପ୍ରିୟ ଦର୍ଶିନୀ ବାରିକ୍, ଦିବ୍ୟା ଭାରତୀ ପଲେଇ, ପରିଣିତା ବେହେରା, ନରେନ୍ଦ୍ର କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ l

15
723 views

Comment