logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚିତ୍ରକୋଣ୍ଡାରେ ଜେ କେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୬ ଉଦଯାପିତ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପଦର ପଞ୍ଚାୟତରେ ଯୁବ କ୍ରିକେଟ କମିଟି ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଜେ କେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୬ ଗତ କାଲି ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ବଡପଦର ସରପଞ୍ଚ ଶ୍ରୀମତୀ ସ୍ୱପ୍ନା ଖିଲ, ସମିତି ସଭ୍ୟା ଶ୍ରୀମତୀ ପ୍ରମିଳା ହନ୍ତାଳ ଏବଂ ସମାଜ ସେବୀ ଜଗୁ ଦୁରୁ ଉପସ୍ଥିତ ଥିଲେ ।

ଅତିଥିମାନେ ଯୁବକମାନଙ୍କୁ ଖେଳରେ ପ୍ରୋତ୍ସାହନ ଦେବା ସହ ସୁସ୍ଥ ସମାଜ ଗଠନରେ କ୍ରୀଡାର ଭୂମିକାର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଥିଲେ । ସପ୍ତାହ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ୧୬ ଟିମରୁ ଆରଏସସି ୧୨ ଓ ପଳାସପଦର ଟିମ ଖେଳିଥିଲେ ଯେଉଁଠାରେ ଆରଏସସି ୧୨ ଦଳ ଚାମ୍ପିୟନ ହୋଇଛି । ଅତିଥିମାନେ ପୁରସ୍କାର ବିତରଣ ସହିତ ଟ୍ରୋଫି ଦାନ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ । କମିଟି ସଦସ୍ୟ ପ୍ରସାଦ ଅନୁପାଲ, ସୋନିଆ ଖେମୁଡୁ, ଲଛମନ ଖେମୁଡ଼ୁ, ବାସୁ ଖରା, ଜୁମୁରା ଖିଲ, ସୁକୁ ମୁଦୁଲି, ସୁକୁ ହନ୍ତାଲ, ଗଙ୍ଗାଧର ଖରା, ଡମ୍ବରୁ ଶିଶା, ସୀତାରାମ ଖିଲ, ସମରା ପାଙ୍ଗି, ଡମ୍ବରୁ ବୁରୁଡ଼ି, ରାଜୁ ଅନୁପାଲ, ସଦନ ଖରା, ସନିଆ ଖରା, ସତ୍ୟରାଓ ସାରୁ, ସାଙ୍କାରାଓ ପାଙ୍ଗି, ଶୁକଦେବ ହନ୍ତାଳ, ଗଙ୍ଗାଧର ମୁଦୁଲି, ଖଗପତି ଖରା, ସୁବା ପାଙ୍ଗି, ରାଜୁ ଖିଲ, ଧନୁର୍ଜୟ ହନ୍ତାଲ ଓ ଅନ୍ୟାନ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଛି ।

10
303 views

Comment