logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଆଦିବାସୀ କୁଡୁମୀ ସମାଜର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆଦିବାସୀ କୁଡୁମୀ ସମାଜର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି।

କେନ୍ଦୁଝର,ତା୬/୬- ଆଦିବାସୀ କୁଡ଼଼ୁମୀ ସମାଜର ଏକ ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ସଦର ବ୍ଲକର ରାମଚନ୍ଦ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦୋଳଗୋବିନ୍ଦ ମହନ୍ତ,ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମିଲନ ଚନ୍ଦ୍ର ମହନ୍ତ, କେନ୍ଦ୍ର କମିଟିର ସଞ୍ଜୀବ ମହନ୍ତ,ମହାଦେବ ଦୁଙ୍ଗୁରିଆର ଏହି ବୈଠକରେ ଯୋଗ ଦେଇ ୨୦୨୭ ଜନଗଣନାରେ କୁଡ଼ୁମୀ ନିଜର ଜାତି, କୁଡ଼ୁମୀ ଭାଷା କୁଡ଼ମାଳି ଲେଖିବା ପାଇଁ ଉପଦେଶ ଦେଇଥିଲେ। ଝାଡ଼ଖଣ୍ଡରେ କୁଡମୀ ମାନେ ଆଦିବାସୀର ସୁବିଧା ନେଉଥିବା କହିଥିଲେ କୁଡ଼ୁମୀ ଆଉ କୁର୍ମୀ ଅଲଗା ଅଲଗା ଜାତି ବୋଲି କହିଥିଲେ। ଏହି ମିଟିଂରେ ଓଡ଼ିଶାରେ ବସବାସ କରୁଥିବା ସମସ୍ତ ଜିଲ୍ଲାରୁ ଆସି ଯୋଗ ଦେଇଥିବା ସଦସ୍ୟ ମାନେ ହେଲେ ଗୋପୀନାଥ ମହାନ୍ତ, ନାରାୟଣ ମାହାନ୍ତ, ଯୁଗଳ ମହାନ୍ତ, ଲାଲ ମୋହନ, ମିଶ୍ର ମହାନ୍ତ, ଦେବାନଦ ମହାନ୍ତ, ବୈକୁଣ୍ଠ ମହାନ୍ତ, ମମତା, ସବିତା, ଭାରତୀ, କେତକୀ ମହାନ୍ତ, ଲକ୍ଷ୍ମଣ ମହନ୍ତ, ମୁରଲୀ ମହନ୍ତ, ଠାକୁର ମହାନ୍ତ, ତପନ, ଭରତ, ଫକିର ମହନ୍ତ, ଅହଲ୍ୟା, କୁନ୍ତଳା ମହନ୍ତ, ଅହଲ୍ୟା, କୁନ୍ତଳା, ପ୍ରିୟଙ୍କା, ଯୋଶଦା ମହନ୍ତ ତଥା ଅନ୍ୟମାନେ। (ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ)

21
616 views

Comment