logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବନାଜୋଡ଼ିସ୍ଥିତ ଆଇଡିଏଲ ଡେଭେଲପମେଣ୍ଟ ଏଜେନ୍ସି (IDA)ର ସଭାଗୃହରେ ୱେଷ୍ଟର୍ଣ୍ଣ ଓଡ଼ିଶା ଏନ୍ଜିଓ ନେଟୱର୍କ (WONGN) ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଯାଇଛି।

ବନାଜୋଡ଼ିସ୍ଥିତ ଆଇଡିଏଲ ଡେଭେଲପମେଣ୍ଟ ଏଜେନ୍ସି (IDA)ର ସଭାଗୃହରେ ୱେଷ୍ଟର୍ଣ୍ଣ ଓଡ଼ିଶା ଏନ୍‌ଜିଓ ନେଟୱର୍କ (WONGN) ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଯାଇଛି।

କେନ୍ଦୁଝର: ଶନିବାର, ତା. ୦୬.୦୬.୨୦୨୬ ରିଖ ଦିନ କେନ୍ଦୁଝର ଜିଲ୍ଲାର ବନାଜୋଡ଼ିସ୍ଥିତ ଆଇଡିଏଲ ଡେଭେଲପମେଣ୍ଟ ଏଜେନ୍ସି (IDA)ର ସଭାଗୃହରେ ୱେଷ୍ଟର୍ଣ୍ଣ ଓଡ଼ିଶା ଏନ୍‌ଜିଓ ନେଟୱର୍କ (WONGN) ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା।" ଏହି କାର୍ଯ୍ୟକ୍ରମ ରେ ଧୁନି ଫାଉଣ୍ଡେସନ୍ର ର ରିଜନାଲ୍ ହେଡ୍ ଶ୍ରୀ ହିମାଂଶୁ ସିଂ ଏବଂ ସୋହଯୋଗୀ ଶ୍ରୀ ଆଲିନ୍ ଯୋଗ ଦେଇଥିଲେ । ଶ୍ରୀ ଅଶୋକ ଦାସ ( ACF , କେନ୍ଦୁଝର ଡିଭିସନ୍ ) କାର୍ଯ୍ୟକ୍ରମ ର ସୁଭାରମ୍ଭ କରି ହ୍ୟୁମାନ୍ ଏଲିଫ୍ୟାଣ୍ଟ ସଂଘର୍ଷ ବିଷୟରେ ଏକ ତଥ୍ୟ ଭିତ୍ତିକ ଉପସ୍ଥାପନା ଦେଇଥିଲେ । ଓଡ଼ିଶା ର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଏନଜିଓ ପ୍ରତିନିଧି ମାନେ ଏହି ବୈଠକରେ ଅଂଶ ଗ୍ରହଣ କରି ବିଭିଷ୍ୟତରେ ପରସ୍ପର ସହଯୋଗ ଓ ସମନ୍ବୟ କିପରି ସୁଦୃଢ କରାଯିବ ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ । ବୈଠକ ରେ ଏକ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା। ଏଥିରେ ଏନ୍‌ଜିୟ
ମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି, ଏନ୍ଜିୟ ସମ୍ପର୍କିତ କମ୍ପ୍ଲାଏନ୍ସ ମ୍ୟାନେଜମେଣ୍ଟ୍, ସମାନ ଉଦ୍ଦେଶ୍ୟରେ ସମସ୍ତଙ୍କୁ ଏକ ଧାରାରେ ଆଣି କାର୍ଯ୍ୟ କରିବା, ଏବଂ ଜାତୀୟ ସ୍ତରର ନେଟୱର୍କ ସହିତ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ କର୍ପୋରେଟ୍ କ୍ଷେତ୍ରର ସିଇଓ ଶ୍ରୀ ଦେବବ୍ରତ ଅନଲାଇନ୍‌ରେ ଯୋଗଦେଇ ଏନ୍ଜିଓମାନଙ୍କ ଉଦ୍ଦେଶ୍ୟରେ ନିଜର ମତାମତ ରଖିଥିଲେ। ସେ କହିଥିଲେ ଯେ, କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି (CSR) ମାଧ୍ୟମରେ ଏନ୍ଜିଓମାନେ କିପରି ସହଯୋଗ ପାଇପାରିବେ ଏବଂ ସମାଜମୂଳକ କାର୍ଯ୍ୟକ୍ରମକୁ ଆହୁରି ପ୍ରଭାବଶାଳୀ କରିପାରିବେ।

ବିଭିନ୍ନ ଅଞ୍ଚଳରୁ ଆସିଥିବା ଏନ୍ଜିଓମାନେ ନିଜ ନିଜ କାର୍ଯ୍ୟକ୍ରମ ଓ ଅନୁଭବ ସେୟାର କରିଥିଲେ। ଏହା ସହିତ ଆଗାମୀ ଦିନରେ ଯୋଜନାମୂଳକ ସମନ୍ୱୟ କିପରି କରାଯାଇପାରିବ ଏବଂ ଏହି ସମନ୍ୱୟ କିପରି ଏକ ସାମାଜିକ ଆନ୍ଦୋଳନର ରୂପ ନେଇ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ଉପରେ ସକାରାତ୍ମକ ପ୍ରଭାବ ପକାଇପାରିବ, ସେନେଇ ମଧ୍ୟ ଗଭୀର ଆଲୋଚନା ହୋଇଥିଲା। ବୈଠକ ଶେଷରେ ସମସ୍ତ ଅଂଶଗ୍ରାହୀ ଏକତା, ସହଯୋଗ ଓ ସମାଜ ଭିତ୍ତିକ ବିକାଶକୁ ଆଗକୁ ନେବା ପାଇଁ ସମୁହିକ ଭାବେ କାର୍ଯ୍ୟ କରିବାର ସଙ୍କଳ୍ପ ନେଇଥିଲେ। (ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ)

25
896 views

Comment