logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବନାଯୋଡି ସ୍ଥିତ ଆମ କଳିକା, ସଦର କେନ୍ଦୁଝର ର କେନ୍ଦ୍ରକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସିଭିଲ୍ ସୋସାଇଟି ଅର୍ଗାନାଇଜେସନ୍ର ପ୍ରତିନିଧିମାନଙ୍କ ଦ୍ବାରା ପରିଦର୍ଶନ।

ବନାଯୋଡି ସ୍ଥିତ ଆମ କଳିକା, ସଦର କେନ୍ଦୁଝର ର କେନ୍ଦ୍ରକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସିଭିଲ୍ ସୋସାଇଟି ଅର୍ଗାନାଇଜେସନ୍‌ର ପ୍ରତିନିଧିମାନଙ୍କ ଦ୍ବାରା ପରିଦର୍ଶନ।

କେନ୍ଦୁଝର, ତା ୦୬.୦୬.୨୦୨୬ ରିଖ ବନାଯୋଡି ସ୍ଥିତ ଆମ କଳିକା, ସଦର କେନ୍ଦୁଝର ର କେନ୍ଦ୍ରକୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ସିଭିଲ୍ ସୋସାଇଟି ଅର୍ଗାନାଇଜେସନ୍‌ର ପ୍ରତିନିଧିମାନେ ପରିଦର୍ଶନ କରିଥିଲେ। ଏହି କେନ୍ଦ୍ରଟି ୨୦ ଜଣ ଶିଶୁ ଙ୍କୁ ନେଇ ପରିଚାଳିତ ହେଉଅଛି । ଏହି କେନ୍ଦ୍ରଟି ଆଇଡିଏ ବନାଯୋଡି ର ସହଯୋଗ ଓ DMF କେନ୍ଦୁଝର ଙ୍କ ସହାୟତା ରେ ଚାଲୁଅଛି ।

ଏହି ପରିଦର୍ଶନ ସମୟରେ ଧ୍ୱନୀ ଫାଉଣ୍ଡେସନ୍, ବେଙ୍ଗାଲୁରୁ ଓଡ଼ିଶା ଚାପ୍ଟରର ଦକ୍ଷତା ବିକାଶ କର୍ମୀ ଶ୍ରୀ ଅ।ଲିନ ମଧ୍ୟ ଉପସ୍ଥିତ ଥିଲେ। ପ୍ରତିନିଧି ଦଳ କ୍ରେଜ୍ ସେଣ୍ଟରରେ ଦିଆଯାଉଥିବା ଗୁଣାତ୍ମକ ଖାଦ୍ୟ, ପିଲାମାନଙ୍କ ପାଇଁ ରହିଥିବା ଆସବାବପତ୍ର, ପରିଚ୍ଛନ୍ନ ପରିବେଶ ଓ କର୍ମୀମାନଙ୍କର କାର୍ଯ୍ୟଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ।

ସେମାନେ ପିଲାମାନଙ୍କର ସର୍ବାଙ୍ଗୀନ ବିକାଶ, ଶିକ୍ଷାଗତ ଅଗ୍ରଗତି ଓ ସାମାଜିକ ଆଚରଣରେ ଆସିଥିବା ସକାରାତ୍ମକ ପରିବର୍ତ୍ତନ ଉପରେ ନିଜର ମତାମତ ରଖିଥିଲେ । ବିଶେଷକରି ଗ୍ରାମର ମା’ମାନଙ୍କର ସକ୍ରିୟ ସହଯୋଗ ଓ ଅଂଶଗ୍ରହଣକୁ ପ୍ରତିନିଧି ଦଳ ଖୁବ୍ ପ୍ରଶଂସା କରିଥିଲେ। ଏହି ପରିଦର୍ଶନ ମାଧ୍ୟମରେ ଗ୍ରାମୀଣ ଶିଶୁ ବିକାଶ କାର୍ଯ୍ୟକ୍ରମରେ ସମୁଦାୟର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ତାହା ସ୍ପଷ୍ଟ ଭାବେ ପ୍ରକାଶ ପାଇଥିଲା।
(ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ)

18
797 views

Comment