ଦୁର୍ଗାପ୍ରସାଦଙ୍କୁ ସଂଯୋଗୀ ଯୁବ ପ୍ରତିଭା ସମ୍ମାନ।
*ଦୁର୍ଗାପ୍ରସାଦଙ୍କୁ ସଂଯୋଗୀ ଯୁବ ପ୍ରତିଭା ସମ୍ମାନ*
ଘଟଗାଁ -୦୬.୦୭(ଖଣ୍ଡାଧାର ନିଉଜ) ମାନସ ପୀଠ(ସଂଜୀବନୀ ସାହିତ୍ୟ ସଂସଦ, ଭଣ୍ଡା,କେନ୍ଦୁଝର) ଓ ସଂଯୋଗୀ ସାହିତ୍ୟ ସଂସଦ, କୁଣ୍ଡାପିଠା, ଘଟଗାଁ, କେନ୍ଦୁଝରର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ-୨୦୨୬ ରେ ଯୁବ ସଙ୍ଗୀତକାର, ସାହିତ୍ୟିକ ସାଇ ଦୁର୍ଗାପ୍ରସାଦ ମଲ୍ଲିକଙ୍କୁ "ସଂଯୋଗୀ ଯୁବ ପ୍ରତିଭା" ସମ୍ମାନରେ ସମ୍ମାନିତ କରାଯାଇଅଛି। ରବିବାର ଦିନ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ଭବ୍ୟ ସମହାରରେ ରାଜ୍ୟର ପ୍ରତ୍ୟେକ ପ୍ରାନ୍ତରୁ ପ୍ରାୟତଃ ୨୦୦ ସାରସ୍ଵତ ସାଧକ/ସାଧିକା ମାନଙ୍କ ଉପସ୍ଥିତିରେ ଦୁର୍ଗାପ୍ରସାଦଙ୍କୁ ଉପଢୌକନ, ମାନପତ୍ର, ସ୍ମାରକୀ ଓ "ସ୍ରଷ୍ଟା ସ୍ରୋତସ୍ୱିନୀ "ଦେଇ ମଞ୍ଚାସିନ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ବାବୁଲାଲ ପଲେଇ, କୋଷାଧ୍ୟକ୍ଷ ସନ୍ତୋଷ ପତି ଏବଂ ସଭାପତି ଉପେନ୍ଦ୍ର ଦାଶଙ୍କ ପୌରହିତ୍ୟରେ ରାଜ୍ୟସ୍ତରୀୟ ସମାବେଶକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାହିତ୍ୟିକ ମାନେ ଭୂୟସୀ ପ୍ରଶଂସା କରିଛନ୍ତି। ଆଜି ସମାରୋହରେ ଶବ୍ଦ ଭାରତୀ କବି ଦେଵଦତ୍ତ ପ୍ରଧାନ, ସନ୍ତୋଷ ପତି, ଲିସନ ମହାନ୍ତି ଓ ବାବୁଲାଲ ପଲେଇ ଆଦି କବିଙ୍କ ସ୍ୱରଚିତ କବିତାକୁ ଦୁର୍ଗାପ୍ରସାଦ ସଙ୍ଗୀତ ସଂଯୋଜନା କରି ୬ଗୋଟି ଗୀତ ପ୍ରସ୍ତୁତ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ନିକଟରେ ସାଇ ଦୁର୍ଗାପ୍ରସାଦ ସୃଜନଝର ସମ୍ମାନ, ଗଳ୍ପଝର ସମ୍ମାନ, ଉଦୟରାଗ ସମ୍ମାନ ଭଳି ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତି କରିଛନ୍ତି।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।