logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଲେଖକ ତଥା କବି ଡ଼ଃ ସୁରେଶ ଚନ୍ଦ୍ର ମହାନ୍ତଙ୍କୁ ସମ୍ମାନିତ।

ଲେଖକ ତଥା କବି ଡ଼ଃ ସୁରେଶ ଚନ୍ଦ୍ର ମହାନ୍ତଙ୍କୁ ସମ୍ମାନିତ।

ପାଟଣା-୦୭,୦୬, ରବିବାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଘଟଗାଁ ଠାରେ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠା ଓ ମାନସ ପୀଠ କେନ୍ଦୁଝର ମିଳିତ ସହଯୋଗ ରେ ଏକ ରାଜ୍ୟସ୍ତରୀୟ ବାର୍ଷିକ ଉତ୍ସବ, ବନ୍ଧୁ ମିଳନ, ପୁସ୍ତକ ଉନ୍ମୋଚନ ଓ ସାହିତ୍ୟ ସଭା ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଅନ୍ତର୍ଗତ କୋଠାଘର ଗ୍ରାମର ଡ଼ଃ ସୁରେଶ ଚନ୍ଦ୍ର ମହାନ୍ତଙ୍କୁ ଜଣେ ସଫଳ କବି ସମ୍ପାଦକ ଓ଼ ସାହିତ୍ୟିକ ଭାବେ ସଂଯୋଗୀ ସ୍ରଷ୍ଟା ସୃଜନୀ ସମ୍ମାନ ପ୍ରଦାନ କରିଛନ୍ତି l ଡ଼ଃ ମହାନ୍ତ ସୁନାଖୁମ ପତ୍ରିକା ସମ୍ପାଦନା କରୁଥିଲେ l ଏହି ଆସରରେ ଅତିଥି ଭାବେ ଡ଼ଃ ବସନ୍ତ ମଞ୍ଜରୀ ଦାସ, ଦିଗାମ୍ବର ବେହେରା, ଅଧ୍ୟାପିକା ସୁନୀତି ଦେବତା ତଥା ସାହିତ୍ୟ ସଂସଦର ସଭାପତି ଉପେନ୍ଦ୍ର ଦାଶ ଏବଂ ସମ୍ପାଦକ ବାବୁଲାଲ ପଲେଇ ଏବଂ ଖଣ୍ଡାଧାର ପତ୍ରିକାର ପରିଚାଳକ ଡମ୍ବରୁ ମହାନ୍ତଙ୍କ ଉପସ୍ଥିତି ରେ ସମ୍ମାନିତ କରି ଥିଲେ ।ଅତିଥିଙ୍କ ଦ୍ୱାରା ତ୍ରୟମାସିକ ପତ୍ରିକା '' ସଜଫୁଲ ''ଏବଂ ଅଭିନନ୍ଦନିକା ପୁସ୍ତକ "ସ୍ରଷ୍ଟା ସ୍ରୋତସ୍ୱିନୀ" ଉନ୍ମୋଚିତ ହୋଇଥିଲା l
ଆସରରେ କବି ତପନ କୁମାର ଦାଶ ଓ କବି ସବ୍ୟସାଚୀ ତ୍ରିପାଠୀ କବିତା ସଂଯୋଜନା କରିଥିଲେ l
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

13
1021 views

Comment