logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଆ ରେ କୁଡୁମି ବିକାଶ ଭବନ ଉଦଘାଟିତ।

କେନ୍ଦୁଆ ରେ କୁଡୁମି ବିକାଶ ଭବନ ଉଦଘାଟିତ।

କେନ୍ଦୁଝର-୦୮/୦୬(ଖଣ୍ଡାଧାର ନିଉଜ) କୁଡୁମି ଜାତି ର ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିବା ପାଇଁ ବହୁତ ଦିନ ପରେ ଜିଲ୍ଲା ସ୍ତରରେ ଏକ ନବନିର୍ମିତ କୁଡୁମି ବିକାଶ ଭବନ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସଦର ବ୍ଲକ ବୋଦାପଳସା ପଞ୍ଚାୟତ କେନ୍ଦୁଆ ଠାରେ ଉଦ୍ଗଘାଟିତ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଟ ସମାଜସେବୀ ଓ ଆଇନଜିଵୀ ରାଧାକାନ୍ତ ମହାନ୍ତ ଓ ଜିଲ୍ଲା ପରିଷଦ ସଦସ୍ୟା ଯଜ୍ଞସେନୀ ମହାନ୍ର ଙ୍କ କରକମଳରେ ଉଦଘାଟିତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା କୁଡ଼ୁମୀ ସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଂମ୍ମାନୀତ ଅତିଥି ଭାବେ ଓଡିଶା କୁଡୁମୀ ସେନା ଯୁବ ସାଧାରଣ ସମ୍ପାଦକ ବିଶ୍ୱଜିତ୍ ମହାନ୍ତ , ପିପିଳିଆ ଦେଶକରମ ସମ୍ପାଦକ ହୃଷିକେଶ ମହାନ୍ତ , ଜାତୀୟ ଫୁଟବଲ୍ କୋଚ ବିରେଦ୍ର କୁମାର ମହାନ୍ତ , ଜିଲ୍ଲା ଓଷ୍ଟ। ଶିକ୍ଷକ ସଂଘ ସଭପତି ମନ୍ମଥ ମହାନ୍ତ , ମହିଳା ସଭାନେତ୍ରୀ ମଧୁସ୍ମିତା ମହାନ୍ତ , ଝାରଖଣ୍ଡ ର କୁଡୁମୀ ନେତା ରାଜେଶ ମହାନ୍ତ , ଝୁମର ଗାୟକ ଭୈରବ ମହାନ୍ତ , ସମାଜସେବୀ ଅଜିତ ମହାନ୍ତ , କୁଡୁମୀ ସେନା ଉପଦେଷ୍ଟା ପୂର୍ଣେଦୁ ମହାନ୍ତ , କୁଡୁମୀ ସେନା ସଦର ସଭାପତି ରଘୁନାଥ ମହାନ୍ତ , କୁଡୁମୀ ସେନା ଉପଦେଷ୍ଟା ଅଭିମନ୍ୟୁ ମହାନ୍ତ , ହରିଚନ୍ଦନପୁର ଯୁବ ସମ୍ପାଦକ ପଦ୍ମଲୋଚନ ମହାନ୍ତ , କୁଡୁମାଲି ଭାଷା ଗବେଷକ ନବକିଶୋର ମହାନ୍ତ  , ଉପଦେଷ୍ଟା ଲିଜା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। କୁଡୁମୀ ଜାତିର ବିଭିନ୍ନ ସମସ୍ୟା ଓ ଦାବୀ ଦୀର୍ଘ ବର୍ଷ ହେଲା ସରକାର ଙ୍କ ନିକଟରେ ଉପସ୍ଥାପନ କରିଥିଲେ ମଧ୍ୟ ତାହା କାରକାରୀ ହେଉ ନଥିବାରୁ କ୍ଷୋଭ ପ୍ରକାଶ କରା ଯାଇଥିଲା। ଦାବି ମଧ୍ୟରେ ୧- କୁଡୁମାଲି ଭାଷାକୁ ସାମ୍ବଧାନିକ ବ୍ୟବସ୍ଥା ରେ ଯୋଡିବା,୨- କୁଡୁମୀ ଜାତିକୁ ଆଦିବାସୀ ତାଲିକାଭୁକ୍ତ କରିବା,୩- କୁଡୁମୀ ବିକାଶ ପରିଷଦ ଗଠନ,୪- କୁଡୁମୀ ବହୁଳ ଅଞ୍ଚଳ ରେ କୁଡୁମୀ ଭବନ ନିର୍ମାଣ ଦାବୀ କୁ ମୁଖ୍ୟଅତିଥିଙ୍କ ମାଧ୍ୟମରେ ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବୀ ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ସଭା କୁ ଓଡିଶା କୁଡୁମୀ ସେନା ସମ୍ପାଦକ ଶ୍ରୀ ତ୍ରିନାଥ ମହାନ୍ତ ପରିଚାଳନା କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମ ରେ କେନ୍ଦୁଆ ଗ୍ରାମର ପିତାମ୍ବର ମହାନ୍ତ , ନରେନ୍ଦ୍ର ମହାନ୍ତ, ପୁରସ୍ତମ ମହାନ୍ତ , ହୃଷୀକେଶ ମହାନ୍ତ , ମୁନା ମହାନ୍ତ, ଦିବାକର ମହାନ୍ତ ,ପୂର୍ଣ୍ଣଚନ୍ଦ୍ର ମହାନ୍ତ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସମସ୍ତ ଅତିଥି ମାନେ କୁଡୁମି ପାରମ୍ପରିକ ଝୁମର ଗୀତ ଓ ମାଦଳ ତାଳେ ତାଳେ ନାଚ ଗୀତ ଗାନ କରିବା ପରେ କାର୍ଯକ୍ରମ ସମାରୋପ ହୋଇଥିଲା।ଏଠାରେ ସୂଚନା ଥାଉକି ଏହି ଏହି କୁଡୁମୀ ଭବନ ଟି ବିଗତ ସରକାର ସମୟରେ (ଆମ ଗାଁ ଆମ ବିକାଶ) ଯୋଜନାରେ ୨୦ ଲକ୍ଷ ଟଙ୍କା ଅନୁଦାନରେ ଏହି ଭବନ ଟି ନିର୍ମିତ ହୋଇଥିଲା।

22
1110 views

Comment