logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲୁସାଉନ୍ତା ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ,ଦାମନଯୋଡି

ଦାମନଯୋଡି ସ୍ଥିତ ମାଲୁସାନ୍ତା ସରକାରୀ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତି ପ୍ରସ୍ତର ସ୍ଥାପିତ କରାଯାଇଛି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନ୍ତର୍ଗତ ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ଅଭିବୃଦ୍ଧି ପାଇଁ ଏହା ଏକ ଅଭିନବ ପ୍ରୟାସ। ଏହି ପ୍ରକଳ୍ପ ରେ ସମଗ୍ର ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ୨୦୪ଟି ବିଦ୍ୟାଳୟ ମନୋନୀତ ହୋଇଥିବା ବେଳେ କୋରାପୁଟ ରେ ୧୨ଟି ବିଦ୍ୟାଳୟର ନାମ ଅନ୍ତର୍ଭୁକ୍ତ ଅଛି। ତନ୍ମଧ୍ୟରୁ କୋରାପୁଟ ବ୍ଲକ ରେ ମଲୁସାନ୍ତା ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏକ ମାତ୍ର ବିଦ୍ୟାଳୟ ଭାବେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ହେବାର ସୌଭାଗ୍ୟ ଅର୍ଜନ କରିଛି। ଏକ ଭବ୍ୟ ଉତ୍ସବ ରେ ଜିଲ୍ଲାପରିଷଦ ସଭ୍ୟ ମିହିର କୁଲଦୀପ, ବିଧାୟକ ପଟାଙ୍ଗୀ ଙ୍କର ପ୍ରତିନିଧି ଷାଣ୍ଡ୍ରା ଶିଶା , ମାଥାଲପୁଟ ସରପଞ୍ଚ ରଞ୍ଜିତା ଗୁରୁନା ଯୋଗଦାନ କରିଥିଲେ। କୋରାପୁଟ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜଗନ୍ନାଥ ଭତ୍ରା ତଥା ପଞ୍ଚସଖା ଶିକ୍ଷା ସେତୁର ସଂଯୋଜକ ଭବେଶ ପତି, ଆଲୁମିନା ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ସାଉ ଉପସ୍ଥିତ ରହି ଉତ୍ସବ କୁ ସଫଳ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ରଶ୍ମିରଂଜନ ସେଠୀ ଏହି ବିଦ୍ୟାଳୟର ପରମ ସୌଭାଗ୍ୟ ବୋଲି କହି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାୟ ୩୦୦ ଅଭିଭାବକ ଓ ଛାତ୍ର ଛାତ୍ରୀ ତଥା ମାନଗଣ୍ୟ ଅତିଥି ଉପସ୍ଥିତ ହୋଇଥିଲେ।
ରାଜ୍ୟ ସ୍ତରରେ ଅନୁଷ୍ଠିତ ଏହି ଉତ୍ସବ ର ସିଧା ପ୍ରସାରଣ କୁ ସମସ୍ତେ ଆଗ୍ରହର ସହ ଦେଖିଥିଲେ। ସମସ୍ତ ବରେଣ୍ୟ ଅତିଥିଙ୍କ କରକମଳରେ ପୂଜା କାର୍ଯ୍ୟ ସହ ଭିତ୍ତି ପ୍ରସ୍ତର ସ୍ଥାପନା ହେଲା। ବିଦ୍ୟାଳୟ ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ରେ ସୁପରିଚଳନା ରେ ସହଯୋଗ କରିଥିଲେ ଓ ପୂର୍ଣ୍ଣିମା ପତି ମଞ୍ଚ ପରିଚାଳନା କରିଥିଲେ।

26
997 views

Comment