logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭିନ୍ନ ମୋଡ଼ ନେଲା କନଷ୍ଟେବଳଙ୍କ ଆତ୍ମାହୁତି ଉଦ୍ୟମ ଘଟଣା ପୁଲିସ-ପତ୍ନୀ ଓ ଶାଳକଙ୍କ ନାଁରେ ହତ୍ୟା ଉଦ୍ୟମ ଅଭିଯୋଗ

ଭିନ୍ନ ମୋଡ଼ ନେଲା କନଷ୍ଟେବଳଙ୍କ ଆତ୍ମାହୁତି ଉଦ୍ୟମ ଘଟଣା
ପୁଲିସ-ପତ୍ନୀ ଓ ଶାଳକଙ୍କ ନାଁରେ ହତ୍ୟା ଉଦ୍ୟମ ଅଭିଯୋଗ

ବୟାନ ରେକର୍ଡ

ବର୍ଷେ ତଳେ ପ୍ରେମ ବିବାହ

► ମାସେ ତଳେ ଗିରଫ ହୋଇଥିଲେ

ବ୍ରହ୍ମପୁର, ୭/୬(ଆ.ପ୍ର/ନି.ପ୍ର) : ବ୍ରହ୍ମପୁର ବିଜିପୁର ପୁଲିସ କ୍ୱାର୍ଟରରେ ଗତକାଲି ସନ୍ଧ୍ୟାରେ ଆରଟିଓ କନଷ୍ଟେବଳ ଆଶୁତୋଷ ମୃଦଙ୍ଗିଆ(୩୨)ଙ୍କ ଆତ୍ମହୂତି ଉଦ୍ୟମ ଘଟଣା ଏବେ ଭିନ୍ନ ମୋଡ ନେଇଛି । ଆଶୁତୋଷଙ୍କୁ ତାଙ୍କ ପୁଲିସ-ପତ୍ନୀ ସନ୍ଧ୍ୟା ନାୟକ ଓ ଶାଳକ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିବା ଆଶୁତୋଷଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଟାଉନ ଥାନା ପୁଲିସ ଡାକ୍ତରଖାନାରେ ଆଶୁତୋଷଙ୍କ ବୟାନ ରେକର୍ଡ କରିଛି । ଏପଟେ ତାଙ୍କ ଶରୀରର ୭୦ ଭାଗ ପୋଡିଯାଇଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏମକେସିଜିରୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ପ୍ରକାଶଥାଉକି, ଆରଟିଓ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ପୁରୁଣା ବ୍ରହ୍ମପୁର ନିକଟ ପାଣ୍ଡବନଗରର ଆଶୁତୋଷ

ମୃଦଙ୍ଗିଆ ୨୦୨୫ ଫେବୃଆରୀ ମାସରେ ମହିଳା ପୁଲିସ କନଷ୍ଟେବଳ ସନ୍ଧ୍ୟା ନାୟକଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ଉଭୟ ବିଜିପୁର ପୁଲିସ କ୍ୱାର୍ଟରରେ ରହୁଥିଲେ । ହେଲେ ବିବାହର କିଛି ମାସ ପରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଆରମ୍ଭ ହୋଇଥିଲା । ଅଧ‌ିକ ଯୌତୁକ ଦାବିରେ ଆଶୁତୋଷ ଓ ତାଙ୍କ ପରିବାର ଲୋକେ ନିର୍ଯାତନା ଦେବା ସହ ହତ୍ୟା ଉଦ୍ୟମ କରିଥିବା ସମ୍ପର୍କରେ ସନ୍ଧ୍ୟା ମହିଳା ଥାନାରେ ଅଭିଯୋଗ କରିଥିଲେ । ସେହିକ୍ରମରେ ଥାନାରେ ଏକ ମାମଲା (୪୯/୨୬) ରୁଜୁ ହେବା ସହ ପୁଲିସ ଆଶୁତୋଷଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲା । ସେ କିଛି ଦିନ ଜେଲରେ ରହିବା ପରେ ଜୁନ ୩ ତାରିଖରେ ଜାମିନରେ ମୁକୁଳିଥିଲେ । ୫ ତାରିଖ ଅର୍ଥାତ ଶୁକ୍ରବାର ସନ୍ଧ୍ୟାରେ ସେ

ନିଜ ପତ୍ନୀ ସନ୍ଧ୍ୟା ରହୁଥ‌ିବା ବିଜିପୁର ପୁଲିସ କ୍ୱାର୍ଟରକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବାର୍ଭାଳପ ହୋଇଥିଲା । ହେଲେ କୌଣସି କାରଣକୁ ନେଇ ଆଶୁତୋଷ ଉତକ୍ଷିପ୍ତ ହୋଇ ପତ୍ନୀଙ୍କ କ୍ୱାର୍ଟର ସମ୍ମୁଖରେ ହିଁ ନିଜ ଶରୀରରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ସେ ଜଳୁଥିବା ଅବସ୍ଥାରେ ସିଡିରେ ତଳକୁ ଓହ୍ଲାଇ ଆସିବା ସହ ଜୀବନ ବଞ୍ଚାଇବା

ଲକ୍ଷ୍ୟରେ ନିକଟରେ ଥ‌ିବା ପୁଲିସ ହାବିଲଦାର ଗୋପାଳ ନାୟକଙ୍କ ଘରେ ପଶିଯାଇଥିଲେ । ଫଳରେ ଗୋପାଳଙ୍କ ହାତ ସହ ତାଙ୍କ ଘରର ଆସବାବପତ୍ର ପୋଡ଼ି ଯାଇଥିଲା । ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କିଛି ପୁଲିସ କର୍ମଚାରୀ ଏବଂ କଲୋନା ଲୋକେ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କୁ ଆଇସିୟୁରେ ରଖ୍ ଚିକିତ୍ସା କରାଯାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଉନ୍ନ‌ତ ଚିକିତ୍ସା ପାଇଁ ଏମ୍ଭକୁ ସ୍ଥାନାନ୍ତର କରାଯାଇଛି । ଘଟଣାକୁ ନେଇ ଆଶୁତୋଷଙ୍କ ଭଉଣୀ ନିବେଦିତା ଦେବୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା (୨୪୭/୨୬) ରୁଜୁ କରି ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖୁଛି । ଆଶୁତୋଷଙ୍କୁ ହତ୍ୟା ଉଦ୍ୟମ କରାଯାଇଛି ଏବଂ ସେଥ୍‌ରେ ତାଙ୍କ

ସ୍ତ୍ରୀ ସନ୍ଧ୍ୟା ଓ ଶାଳକ ସମ୍ପୃକ୍ତ ରହିଥ‌ିବା ଆଶୁତୋଷଙ୍କ ମାଆ ଅଭିଯୋଗ କରିଛନ୍ତି ।

ଘଟଣାପରେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ ଘଟଣାସ୍ଥଳ ଓ ଏମକେସିଜି ମେଡିକାଲକୁ ଯାଇ ଗୁରୁତର ଥିବା ଆଶୁତୋଷଙ୍କୁ ଭେଟିଥିଲେ । ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ଏସପି କହିଛନ୍ତି । ଏପଟେ ଏମକେସିଜିରେ ଚିକିତ୍ସା ଚାଲାଥିବା ବେଳେ ପୁଲିସ ଓ ଡାକ୍ତରଙ୍କ ଉପସ୍ଥିତିରେ ଆଶୁତୋଷଙ୍କ ବୟାନ ରେକର୍ଡ କରାଯାଇଛି। ସେତେବେଳେ ସେ ନିଜ ପତ୍ନୀଙ୍କ ବିରୋଧରେ ବୟାନ ଦେଇଥିବା କୁହାଯାଉଛି। ପୁଲିସ ଓ ସାଇଣ୍ଟିଫିକ ଦଳ କ୍ୱାର୍ଟର ପରିସରରୁ ଆତ୍ମାହୂତିରେ ବ୍ୟବହୃତ ସାମଗ୍ରୀ ଓ ପ୍ରମାଣ ସଂଗ୍ରହ କରିଛି। ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

*Devashish Govind Tokekar*
*VANDE Bharat live tv news Nagpur*
Editor/Reporter/Journalist
RNI:- MPBIL/25/A1465
*Indian Council of press,Nagpur*
Journalist Cell
*All India Media Association
Nagpur*
*District President*
*Delhi Crime Press*
RNI NO : DELHIN/2005/15378
AD.Associate /Reporter
*INDIAN PRESS UNION*
District Reporter
Contact no.
9422428110/9146095536
Head office:- plot no 18/19, flat no. 201,Harmony emporise, Payal -pallavi society new Manish Nagar somalwada nagpur - 440015

0
98 views

Comment