logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓସ୍କା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ।

“ଓସ୍କା” ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ।

କେନ୍ଦୁଝର,ତା୬/୬- ବିଶ୍ୱ ପରିବେଶ ଦିବସ–୨୦୨୬ ଅବସରରେ ଜୈବ ବିବିଧତା ସଂରକ୍ଷଣ ଏବଂ ପରିବେଶୀୟ ସ୍ଥିରତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ “ଓସ୍କା” ତରଫରୁ ଘଟଗାଁ ବ୍ଲକର ଝାରବେଡା ଗ୍ରାମରେ ଫଳ ଚାରା ରୋପଣ ସହିତ ଏକ ଦେଶଜ ବିହନ ସଂଗ୍ରହ ଓ ବିହନ ପ୍ରସାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ଅଶୋକ କୁମାର ଦାସ, ସହକାରୀ ବନ ସଂରକ୍ଷକ, ଶ୍ରୀ ଅଜିତ କୁମାର ଦାସ, ସଦର ରେଞ୍ଜର, ଶ୍ରୀ କାଳନ୍ଦୀ ଚନ୍ଦ୍ର ସାମଲ, ଫରେଷ୍ଟର, ହାଇଫର ଇଣ୍ଟରନ୍ୟାସନାଲ ପକ୍ଷରୁ ଶ୍ରୀ ଦିବ୍ୟରଞ୍ଜନ ଦାସ, ପ୍ରୋଗ୍ରାମ ଅଫିସର–ସୋସିଆଲ କ୍ୟାପିଟାଲ ଏବଂ “ଓସ୍କା”ର ସମ୍ପାଦିକା ଧରିତ୍ରୀ ରାଉତ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଗୌରବାନ୍ୱିତ କରିଥିଲେ । ଏଥିରେ ପ୍ରାୟ ଶତାଧିକ ଗ୍ରାମୀଣ ମହିଳା ଉତ୍ସାହର ସହିତ ବିହନ ପ୍ରସାରଣ କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ସ୍ଥାନୀୟ ପରିବେଶ ବ୍ୟବସ୍ଥାର ସୁରକ୍ଷା ଏବଂ ଦେଶଜ ଉଦ୍ଭିଦ ପ୍ରଜାତିଗୁଡ଼ିକର ସଂରକ୍ଷଣ ପ୍ରତି ସେମାନଙ୍କର ଅଙ୍ଗୀକାର ପ୍ରଦର୍ଶନ କରିଥିଲେ । ଏହି ପଦକ୍ଷେପ ସମୁଦାୟ ଭିତ୍ତିକ ପରିବେଶ ସଂରକ୍ଷଣର ଗୁରୁତ୍ୱକୁ ଉଜ୍ଜୀବିତ କରିବା ସହିତ ପରିବେଶ ପୁନରୁଦ୍ଧାର ଓ ସ୍ଥାୟୀ ପ୍ରାକୃତିକ ସମ୍ପଦ ପରିଚାଳନା ପାଇଁ ଦେଶଜ ବିହନ ବ୍ୟବହାରକୁ ଉତ୍ସାହିତ କରିଥିଲା । ଏହି କାର୍ଯ୍ୟକ୍ରମଟି କେନ୍ଦୁଝର ବନ ବିଭାଗ, ହାଇଫର ଇଣ୍ଟରନ୍ୟାସନାଲ ଏବଂ କମନ୍ସ ଲ୍ୟାଣ୍ଡସ୍କେପ୍ର ସହଯୋଗରେ ପାଳନ କରାଯାଇଥିଲା । ଏଥିରେ “ଓସ୍କା” ଅନୁଷ୍ଠାନ ପକ୍ଷରୁ ଶିରିଶଚନ୍ଦ୍ର ସିଂ ସାମନ୍ତ, ସୁଦାମ ଚରଣ ଭୂୟାଁ, ପ୍ରେମାନନ୍ଦ ସେନାପତି, ଭାଗୀରଥୀ ପଣ୍ଡା, ପୀତାମ୍ବର ମହାନ୍ତ ଏବଂ ମିତ୍ରଭାନୁ ମହାନ୍ତ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ପରିଚାଳନା କରିବା ସହିତ ଅଂଶଗ୍ରହଣକାରୀମାନଙ୍କୁ ଉତ୍ସାହିତ କରିଥିଲେ । ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

9
479 views

Comment