ବିଶ୍ୱ ପରିବେଶ ଦିବସ ପାଳିତ।
ବିଶ୍ୱ ପରିବେଶ ଦିବସ ପାଳିତ।
କେନ୍ଦୁଝର,ତା୬/୬- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁର ଠାରେ ବିଶ୍ୱ ପରିବେଶ ଦିବସ,୨୦୨୬ ବିଦ୍ୟାଳୟର ଇକୋ କ୍ଲବ ଆନୁକୂଲ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ଇକୋ କ୍ଲବ ଶିକ୍ଷକ ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଚାରା ଗଛ ରୋପଣ ତଥା ପରିବେଶ ସୁରକ୍ଷା ନିମନ୍ତେ ଜନ ସଚେତନତା ସୃଷ୍ଟି କରାଯାଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ ରଞ୍ଜିତାରାଣୀ ମଲ୍ଲିକ, ଶୁଭଶ୍ରୀ ମହାନ୍ତ, ଶୁଭଲଷ୍ମୀ ସାହୁ, ପରିଚାଳନା କମିଟି ସଭାପତି କୁନା ଚନ୍ଦ୍ର ଜେନାଙ୍କ ନେତୃତ୍ୱ ରେ ବିଦ୍ୟାଳୟରେ ଚାରା ଗଛ ରୋପଣ କରାଯାଇଥିଲା। ଏଥିରେ ଅଭିଭାବକ ମାନେ ମଧ୍ୟ ଯୋଗ ଦେଇଥିଲେ। ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।