logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନହଙ୍ଗି ଗ୍ରାମରେ ନୀଳକଣ୍ଠେଶ୍ଵର ମହାଦେବଙ୍କ ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ।

ନହଙ୍ଗି ଗ୍ରାମରେ ନୀଳକଣ୍ଠେଶ୍ଵର ମହାଦେବଙ୍କ ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ।

ଘସିପୁରା, ୦୬/୦୬ ଘସିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ର ନହଙ୍ଗି ଗ୍ରାମରେ ନୀଳକଣ୍ଠେଶ୍ଵର ମହାଦେବଙ୍କ ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ବିଚିତ୍ରାନନ୍ଦ ଦାଶ, ସହଯୋଗୀ ପଣ୍ଡିତ ଉପେନ୍ଦ୍ର ପଣ୍ଡା,ମନ୍ଦିର ପୁଜକ ପ୍ରମୋଦ ତ୍ରିପାଠୀ
ଙ୍କ ଦ୍ବାରା ଯଜ୍ଞମଣ୍ଡପରେ ପୁଜା ନିତିକାନ୍ତି ନିଷ୍ଠାର ସହ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମବାସୀ ଙ୍କ ପ୍ରଚେଷ୍ଟା ଓ ସହଯୋଗ ଦ୍ବାରା ଗ୍ରାମରେ ଏକ ଭବ୍ୟ ଶିବ ମନ୍ଦିର ପ୍ରତିଷ୍ଠା ର ଏକ ବର୍ଷ ପୂର୍ତ୍ତି ହୋଇପାରିଛି। ଦୁଇ ଦିନ ଧରି ଭକ୍ତି ଅର୍ଘ୍ୟ ପ୍ରଦାନ ହୋମ ଯଜ୍ଞ ଆଡମ୍ବର ସହକାରେ ହୋଇଥିଲା। ଗ୍ରାମ ପୁଷ୍କରଣୀରୁ ଶତାଧିକ ମହିଳା ଭକ୍ତ କଳସ ଶୋଭା ଯାତ୍ରା ସହ ଗ୍ରାମ ପରିକ୍ରମା କରି ମନ୍ଦିରରେ ଘଟ ସ୍ଥାପନ କରି ନିଳକଣ୍ଠେଶ୍ଵର ଙ୍କ ପୂଜାର୍ଚ୍ଚନା କରାଯାଇ ଥିଲା। ପ୍ରଥମ ବାର୍ଷିକ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ମୁଖ୍ୟ କର୍ତ୍ତା ଶୁଭ୍ରାଂଶୁ ଦେଓ, ସହଧର୍ମିଣୀ ମମତା ଦେଓ ଯଜ୍ଞ କଳସ ଧରି ସଂକଳ୍ପ ରେ ବସିଥିଲେ। ପ୍ରଥମ ଦିନ ପ୍ରାତଃ ଜଳଯାତ୍ରା ବେଦପାଠ ,ପଞ୍ଚକର୍ମ ,ସୂର୍ଯ୍ୟ ପୂଜା,ଗୋପୁଜା , ବରୁଣ ପୁଜା ଗୁରୁପୂଜା ,ଶାଲାପ୍ରବେଶ ,ଯଜ୍ଞାଗ୍ନି ସ୍ଥାପନ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଦ୍ଵିତୀୟ ଦିବସରେ ପୂର୍ଣ୍ଣାହୁତି ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶେଷ ହୋଇଛି।ଗ୍ରାମର ଗୌର ଭକ୍ତଙ୍କ ଦ୍ବାରା ଭଜନ କୀର୍ତ୍ତନ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ପ୍ରତି ସନ୍ଧ୍ୟାରେ ଭଜନ ସନ୍ଧ୍ୟା , ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରବଚନ ରେ ଆଖପାଖ ଗ୍ରାମରୁ ହଜାର ହଜାର ଭକ୍ତ ସମାଗମ ହୋଇଥିଲା । ସମସ୍ତ ଗ୍ରାମବାସୀ ପରିଚାଳନା ରେ ସହଯୋଗ କରିଥିଲେ। ଗ୍ରାମବାସୀ ତଥା ଆଖ ପାଖ ଅଞ୍ଚଳରୁ ଆସୁଥିବା ଭକ୍ତ ମାନଙ୍କ ପାଇଁ ଆନନ୍ଦ ବଜାରରେ ମଧ୍ୟାହ୍ନ ଓ ରାତ୍ରୀ କାଳରେ ଅନ୍ନଛତ୍ରର ବ୍ୟବସ୍ଥା କରାଯାଇଥିଲା ।ନହଙ୍ଗି ମନ୍ଦିର କମିଟି ସଦସ୍ୟ ଓ ଯୁବଗୋଷ୍ଠୀ ଙ୍କ ଦ୍ଵାରା ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟ।

2
572 views

Comment