ପାଟଣା ବୈତରଣୀ ପୋଲ ଉପରୁ ଡେଇଁ ବିଷୁ ନାଏକ ଙ୍କ ଆତ୍ମହତ୍ୟା ।
ପାଟଣା ବୈତରଣୀ ପୋଲ ଉପରୁ ଡେଇଁ ବିଷୁ ନାଏକ ଙ୍କ ଆତ୍ମହତ୍ୟା ।
ପାଟଣା- ୦୬/୦୬, ପାଟଣା ଥାନା ବଡ଼ ପାଟଣା ପଞ୍ଚାୟତ ଅନ୍ତର୍ଗତ ଶିବ ନାରାୟଣ ପୁର ଗ୍ରାମର ବିଷୁ ନାଏକ (୫୬) ଆଜି ବୈତରଣୀ ପୋଲ ରୁ ଖସି ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ଦିନ ୨ଟା ସମୟରେ ବିଷୁ ନାଏକ ସେହି ପୋଲ ଦେଇ ଯାଉଥିବା ସମୟରେ ତାଙ୍କର ମୁଣ୍ଡ ବୁଲାଇ ଦେବାରୁ ସେ ପୋଲ ତଳେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକମାନେ ଦେଖି ପାଟଣା ପୋଲିସ ଓ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ପାଟଣା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ବିଷୁ ନାଏକ ଙ୍କୁ ନଦୀ ଭିତରୁ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଥିବା ଡ଼ାକ୍ତର ବିଷୁ ନାଏକ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ପାଟଣା ଥାନାରେ ଅପମୃତ୍ୟୁ ମାମଲା ୨୭/୨୦୨୬ ଅନୁସାରେ ପୁଲିସ ତଦନ୍ତ କରୁଛି। ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।