logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଲକ୍ଷାଧିକ ଟଙ୍କାର କାଠ ସହ ଟ୍ରକ ଜବଦ, ଦୁଇ ଗିରଫ।

ଲକ୍ଷାଧିକ ଟଙ୍କାର କାଠ ସହ ଟ୍ରକ ଜବଦ, ଦୁଇ ଗିରଫ।

ପାଟଣା:୬/୬, ପାଟଣା ବନାଞ୍ଚଳ ଅନ୍ତର୍ଗତ ପୋଇପାଣି ବିଟ ଅଧିନ ଖଜୁରୀପାଣି ଗ୍ରାମ ରେ ଆକାଶିଆ କାଠ ଗଛିତ ରଖିଥିବାର ଖବର ପାଇ ପାଟଣା ବନପାଳ ନିରଞ୍ଜନ ସେଠୀ, ପୋଇପାଣି ବନରକ୍ଷୀ ରାଜେଶ କୁମାର ଜେନା, ପାଟଣା ବନାଞ୍ଚଳ ର ପାର ସ୍କ୍ୱାଡ଼ ଏବଂ କେନ୍ଦୁଝର ବନଖଣ୍ଡର ମୋବଇଲ ୟୁନିଟ ଟିମ ଚଢ଼ାଉ କରି ଗଛିତ ଆକାଶିଆ କାଠ କୁ ଜବତ କରିଛନ୍ତି। ଜବତ କାଠ ର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି ଜଣାପଡିଛି | ଏନେଇ ବନବିଭାଗ ପକ୍ଷରୁ ଏକ ମାମଲା ରୁଜୁକରି 2 ଜଣଙ୍କୁ ଅଟକ ରଖି ତଦନ୍ତ କରୁଅଛି। ଅଟକ ଦୁଇ ଜଣ ହେଲେ ଗୁଣନିଧି ପାତ୍ର ଓରଫ ଗୁନା ଏବଂ ମନୋହର ମହାନ୍ତ। ଉଭୟ ଙ୍କୁ ପାଟଣା ବନାଞ୍ଚଳ କାର୍ଯ୍ୟାଳୟ ରେ ପଚରା ଉଚରା କରାଯାଉଛି। ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

4
642 views

Comment