କୁଚିଣ୍ଡା: ସାଇ ବହୁମୁଖୀ ସେବା ସମବାୟର ପ୍ରାକୃତିକ ଚାଷ ଉଦ୍ୟମ
କୁଚିଣ୍ଡା: ସାଇ ବହୁମୁଖୀ ସେବା ସମବାୟ ସମିତି ଲିଃ ସାରା ଦେଶରେ ପ୍ରାକୃତିକ ଚାଷ ଉପରେ ସଚେତନତା ବୃଦ୍ଧି କରିବା ଏବଂ ଲକ୍ଷେ ପରିବାରକୁ ସମବାୟରେ ସାମିଲ କରି ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ କରିଛି। ସଂସ୍ଥାର ଉଦେଶ୍ୟ ହେଉଛି ଶୋଷିତ ମଧ୍ୟବିତ ଏବଂ ନିମ୍ନ ମଧ୍ୟବିତ ପରିବାରମାନଙ୍କୁ ସାମାଜିକ ଏବଂ ଅର୍ଥନୈତିକ ଭାବେ ବିକାଶ କରି ସୁସ୍ଥ ସମାଜ ଗଠନ କରିବା।
ସଂସ୍ଥାର ମୁଖ୍ୟ ରମାକାନ୍ତ ମହାକୁଳ କହିଛନ୍ତି ଯେ ଆଗାମୀ ଦିନରେ ସମସ୍ତ ଚାଷୀଙ୍କୁ ପ୍ରାକୃତିକ ଚାଷ ଉପରେ ଚାଷ କରୁଥିବା ଚାଷୀଙ୍କୁ ସମବାୟ ପକ୍ଷରୁ ଇନପୁଟ ସାମଗ୍ରୀ ଯୋଗାଇ ଦିଆଯିବ ଏବଂ ଉତ୍ପାଦିତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ ବିକ୍ରି କରିବାର ସୁବିଧା ମିଳିବ।