ଗୋପାଳପୁରରେ ଭାରତୀୟ ଡାକ ବିଭାଗର ବୈଠକ ଅନୁଷ୍ଠିତ
ଗୋପାଳପୁର : ବ୍ରହ୍ମପୁର ଓ ଗୋପାଳପୁର ଅଞ୍ଚଳର ହୋଟେଲ୍ ମାଲିକ ଓ ପରିଚାଳକମାନଙ୍କୁ ନେଇ ଭାରତୀୟ ଡାକ ବିଭାଗର ଏକ ବୈଠକ ଗୋପାଳପୁରରେ ଅନୁଷ୍ଠିତ ହୋଇଛି। ପୋଷ୍ଟମାଷ୍ଟର ଜେନେରାଲ୍ କର୍ଣ୍ଣେଲ ବିନୋଦ କୁମାର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ଓ ଡାକ ବିଭାଗର ଆଧୁନିକ ବ୍ୟାବସାୟିକ ସେବା ସହିତ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ପରସ୍ପର ସହଯୋଗର ଆବଶ୍ୟକତା ବିଷୟରେ ମତବ୍ୟକ୍ତ କରିଥିଲେ।
ବରିଷ୍ଠ ଡାକ ଅଧୀକ୍ଷକ ବସନ୍ତ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ହୋଟେଲ ଆସୋସିଏସନ୍ର ସଭାପତି ଇଂ. ଉମାଶଙ୍କର ପାଣିଗ୍ରାହୀ, ସଂପାଦକ ସନ୍ତୋଷ ପାଢ଼ୀ ଏହି ବୈଠକରେ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।