logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ଜିଲ୍ଲାରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ସ୍ୱଚ୍ଛ ଗାଁ, ସୁରକ୍ଷିତ ଜଳବାୟୁ ଅଭିଯାନ ସଫଳତାର ସହ ସମାପ୍ତ।

କେନ୍ଦୁଝର ଜିଲ୍ଲାରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ “ସ୍ୱଚ୍ଛ ଗାଁ, ସୁରକ୍ଷିତ ଜଳବାୟୁ” ଅଭିଯାନ ସଫଳତାର ସହ ସମାପ୍ତ।


କେନ୍ଦୁଝର:୦୫/୦୬, ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ସ୍ୱଚ୍ଛ ଗାଁ, ସୁରକ୍ଷିତ ଜଳବାୟୁ ଅଭିଯାନ, କେନ୍ଦୁଝର ଜିଲ୍ଲାରେ ସମସ୍ତ ୨୯୭ ଗୋଟି ଗ୍ରାମ ପଂଚାୟତରେ ଜୁନ୍ ୦୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ସଫଳତାର ସହ ପାଳନ କରାଯାଇଅଛି । ଏହି ଅବସରରେ ଜିଲ୍ଲା, ପଂଚାୟତ ସମିତି ତଥା ଗ୍ରାମ ପଂଚାୟତ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକ ପରିଚାଳନା କରାଯାଇଥିଲା ଯଥା; କାର୍ଯ୍ୟକ୍ରମର ପ୍ରଥମ ଦିନରେ, ଉକ୍ତ ଅଭିଯାନକୁ ଗ୍ରାମପଂଚାୟତ ସ୍ତରରେ ପାଳନ କରାଯିବା ସହିତ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶାଦେଶ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୨୬ ରୁପାୟନ ନିମନ୍ତେ ଗ୍ରାମପଂଚାୟତ ପ୍ରତିନିଧି ଓ କାର୍ଯ୍ୟକର୍ତାମାନଙ୍କର ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଅନୁରୂପଭାବେ, ବ୍ଲକ୍ ସ୍ତରରେ ପ୍ରସ୍ତୁତି ବୈଠକମାନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ, ଗ୍ରାମ ପଂଚାୟତ ସ୍ତରରେ, ସ୍ୱଚ୍ଛଭାରତ ମିଶନ (ଗ୍ରାମୀଣ) କାର୍ଯ୍ୟକ୍ରମ ଅଧିନରେ କଠିନ ଏବଂ ତରଳ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଗୋଷ୍ଠୀସ୍ତରରେ କରାଯାଇଥିବା ବିଭିନ୍ନ ଭିତିଭୂମିଗୁଡ଼କର କାର୍ଯ୍ୟକ୍ଷମତା ଉପରେ ପର୍ଯ୍ୟବେକ୍ଷଣ କରାଯିବା ସହିତ, ଆବଶ୍ୟକ ମରାମତି ତଥା ଏହାର ବ୍ରାଣ୍ଡିଙ୍ଗ, ରଙ୍ଗ କରିବା ଇତ୍ୟାଦି କାର୍ଯ୍ୟ କରାଯାଇଥିଲା । ଏଥିସହିତ “ମୋ ଗାଁ, ମୋ ଦାୟିତ୍ୱ” ସେଲ୍ଫି ମାଧ୍ୟମରେ ସମସ୍ତ ପଂଚାୟତିସ୍ତରୀୟ ପ୍ରତିନିଧି, ଗ୍ରାମ୍ୟ ଜଳ ଓ ପରିମଳ କମିଟି, ମୂଖ୍ୟ ସହାୟକ ଏବଂ ଯୁବବର୍ଗମାନଙ୍କୁ ସଚେତନ କରାଯାଇଥିଲା । ତୃତୀୟ ଦିନରେ, ଗ୍ରାମପଂଚାୟତ ତରଫରୁ ବର୍ଜ୍ୟବସ୍ତୁ ବୃହତ ଉତ୍ପାଦକମାନଙ୍କୁ ଚିହ୍ନଟ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୨୬ ପାଳନ, ପଂଜିକରଣ ତଥା ପ୍ରମାଣପତ୍ର ପ୍ରଦାନ ସଂପର୍କରେ ସେମାନଙ୍କ ସହିତ ଆଲୋଚନାକରି ତାଲିକା ପ୍ରସ୍ତୁତ କରାଯାଇଥିଲା । କାର୍ଯ୍ୟକ୍ରମର ଚତୁର୍ଥ ଦିନରେ, ଜିଲ୍ଲାର ବିଭିନ୍ନ ସର୍ବସାଧାରଣ ସ୍ଥାନ ଯଥା;, ରାସ୍ତା, ଘାଟ, ନଳା, ପର୍ଯ୍ୟଟନସ୍ଥଳୀ, ଜଳାଶୟ, ଧାର୍ମିକ ଅନୁଷ୍ଠାନ, ବିଦ୍ୟାଳୟ, ଅଙ୍ଗନବାଡ଼ିକେନ୍ଦ୍ର, ଗ୍ରାମପଂଚାୟତ, ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ସାମୂହିକ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହିତ ମା”ପାଇଁ ଗଛଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଯଥା; ଗ୍ରାମ ପରିକ୍ରମା, ସ୍ୱଚ୍ଛତା ଶପଥପାଠ, ସାଧାରଣ ସଭା, ଚାରି-ଧାରା ବର୍ଜ୍ୟବସ୍ତୁ ପୃଥକୀକରଣ ଯଥା; ଓଦା, ଶୁଖିଲା, ସାନିଟାରୀ ଏବଂ ସ୍ୱତନ୍ତ୍ର ବର୍ଜ୍ୟବସ୍ତୁ, ଉତ୍ସରୁ ବର୍ଜ୍ୟ ପୃଥକୀକରଣ, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନାର ୪-ଜ ମନ୍ତ୍ର - ମନା କରନ୍ତୁ, କମାନ୍ତୁ, ପୁନଃ ବ୍ୟବହାର କରନ୍ତୁ, ପୁନଃଚକ୍ରଣ କରନ୍ତୁ, ଏକକ ବ୍ୟବହାର ପ୍ଲାଷ୍ଟିକ୍‌କୁ ନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୨୬ ପାଳନ, ଜଳବାୟୁ ସହନଶୀଳ ପଦ୍ଧତି, ଜଳ ସଂରକ୍ଷଣ, ମିଶନ୍ ଲାଇଫ ଅଧୀନରେ ପରିବେଶ-ଅନୁକୂଳ ଅଭ୍ୟାସର ପ୍ରୋତ୍ସାହନ, ବିଭିନ୍ନ ପ୍ରତିଯୋଗିତା, ଜନ ସହଭାଗିତା, କାନ୍ଥ ଚିତ୍ର /କାନ୍ଥ ଲିଖନ ଇତ୍ୟାଦି କରାଯାଇଥିଲା । ଅଭିଯାନର ଅନ୍ତିମ ଦିନ ତଥା ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ, ସମସ୍ତ ଗ୍ରାମପଂଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଥିଲା । ଉକ୍ତ ଗ୍ରାମସଭାରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୨୬ ତଥା ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶାଦେଶ ଅନୁପାଳନ ସମ୍ପର୍କରେ ଆଲୋକପାତ କରାଯିବା ସହିତ ଗତ ଚାରିଦିନ ଧରି ଅଭିଯାନ ଅଧିନରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୁପାୟନ ସଂପର୍କରେ ବିଶଦ୍ ଆଲୋଚନା କରାଯାଇଥିଲା । ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

14
788 views

Comment