logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚମ୍ପୁଆରେ ସୁଇପ୍ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ: ଘର ଘର ବୁଲି ଭୋଟରଙ୍କୁ ସଚେତନ କଲେ ଉପଜିଲ୍ଲାପାଳ।

ଚମ୍ପୁଆରେ ‘ସୁଇପ୍’ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ: ଘର ଘର ବୁଲି ଭୋଟରଙ୍କୁ ସଚେତନ କଲେ ଉପଜିଲ୍ଲାପାଳ।


କେନ୍ଦୁଝର ୫/୦୬: ପ୍ରତ୍ୟେକ ଭୋଟରଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଚମ୍ପୁଆରେ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି। ୨୫- ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ମତଦାତାଙ୍କ ବ୍ୟବସ୍ଥିତ ଶିକ୍ଷା ଏବଂ ନିର୍ବାଚନରେ ଅଂଶଗ୍ରହଣ (ସୁଇପ୍ )କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଅଭିଯାନରେ ଚମ୍ପୁଆ ଉପଜିଲ୍ଲାପାଳ ଶ୍ରୀ ଉମାକାନ୍ତ ପରିଡା ବିଭିନ୍ନ ଅଞ୍ଚଳ କ୍ଷେତ୍ର ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିବା ସହ ଏହାର ସଠିକ୍ ତଦାରଖ କରିଥିଲେ। ଉପଜିଲ୍ଲାପାଳ ନିଜେ ଘର ଘର ବୁଲି ସାଧାରଣ ମତଦାତାମାନଙ୍କୁ ଭୋଟ୍‌ର ଗୁରୁତ୍ୱ ବୁଝାଇବା ସହ ସଚେତନ କରିଥିଲେ। ଏଥିସହିତ କାର୍ଯ୍ୟରେ ନିୟୋଜିତ ଥିବା ବିଏଲ୍ଓ ମାନଙ୍କୁ ଭେଟି ସେମାନଙ୍କ କାର୍ଯ୍ୟର ସମୀକ୍ଷା କରିବା ସହ କ୍ଷେତ୍ରସ୍ତରୀୟ ସମସ୍ୟା ଓ ଅଭିଯୋଗ ଗୁଡ଼ିକୁ ପଚାରି ବୁଝିବା ସହ ତାର ତୁରନ୍ତ ସମାଧାନ ଏବଂ ବିଶେଷ କରି ନୂତନ ଭୋଟର (୧୮ ବର୍ଷରୁ ଅଧିକ ଯୁବପିଢ଼ି), ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକମାନଙ୍କ ନାମ ଯେପରି ଭୋଟର ତାଲିକାରୁ ବାଦ୍ ନପଡ଼େ ଏବଂ ସେମାନଙ୍କ ପାଖରେ ଯେପରି ସଠିକ୍ ସମୟରେ ଫର୍ମ ପହଞ୍ଚିପାରିବ, ସେଥିପ୍ରତି ସତର୍କ ଓ ଯତ୍ନବାନ ହେବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଚମ୍ପୁଆ ଉପଜିଲ୍ଲାପାଳଙ୍କ ସହ ଚମ୍ପୁଆ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜଗନ୍ନାଥ ବେହେରା,ଏନଏସି ଉପାଧ୍ୟକ୍ଷା, ବିଭିନ୍ନ ୱାର୍ଡର କାଉନସିଲର ପ୍ରମୁଖ ଉପସ୍ଥିତ ରହି ଭୋଟରମାନଙ୍କୁ ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ସ୍ଥାନୀୟ ମହିଳା ଉଚ୍ଚ ବିଦ୍ୟାଳୟର ଛାତ୍ରୀ, ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା, ଗଣମାଧ୍ୟମ ପ୍ରତିନିଧି ଏବଂ ଶତାଧିକ ସାଧାରଣ ମତଦାତା ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇ ଥିଲେ। ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

1
557 views

Comment