logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରରେ ଆମ ଆଦମୀ ପାର୍ଟିର ସଭ୍ୟସଂଗ୍ରହ ଅଭିଯାନ ଜୋରଦାର, ବିଭିନ୍ନ ଅଞ୍ଚଳରେ ଲୋକଙ୍କ ବ୍ୟାପକ ସମର୍ଥନ।

କେନ୍ଦୁଝରରେ ଆମ ଆଦମୀ ପାର୍ଟିର ସଭ୍ୟସଂଗ୍ରହ ଅଭିଯାନ ଜୋରଦାର, ବିଭିନ୍ନ ଅଞ୍ଚଳରେ ଲୋକଙ୍କ ବ୍ୟାପକ ସମର୍ଥନ।

କେନ୍ଦୁଝର,ତା୫/୫- କେନ୍ଦୁଝର ଜିଲ୍ଲାରେ ଆମ ଆଦମୀ ପାର୍ଟି (ଆପ) ପକ୍ଷରୁ ସଭ୍ୟସଂଗ୍ରହ ଅଭିଯାନ ଜୋରଦାର ଭାବେ ଚାଲିଛି। ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂହଙ୍କ ନେତୃତ୍ୱରେ ଦଳର କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ପଞ୍ଚାୟତ ଓ ଗାଁଗୁଡ଼ିକୁ ଯାଇ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରି ସଭ୍ୟସଂଗ୍ରହ ଅଭିଯାନକୁ ଆଗେଇ ନେଉଛନ୍ତି।

ଦଳୀୟ କର୍ମୀମାନେ ଘରକୁ ଘର ବୁଲି ଆମ ଆଦମୀ ପାର୍ଟିର ନୀତି, ଆଦର୍ଶ ଏବଂ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଉଛନ୍ତି। ଏହି ଅଭିଯାନକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଉତ୍ସାହଜନକ ସମର୍ଥନ ମିଳୁଥିବାବେଳେ ଅନେକ ଯୁବକ, ମହିଳା ଓ ସାଧାରଣ ଜନତା ଦଳରେ ସାମିଲ ହେଉଛନ୍ତି।

ଆପ ନେତାମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ଡବଲ ଇଞ୍ଜିନ ସରକାରଙ୍କ କାର୍ଯ୍ୟଶୈଳୀ ପ୍ରତି ଅସନ୍ତୋଷ ପ୍ରକାଶ କରି ଲୋକମାନେ ଏକ ବିକଳ୍ପ ରାଜନୈତିକ ଶକ୍ତି ଭାବେ ଆମ ଆଦମୀ ପାର୍ଟିକୁ ସ୍ୱାଗତ କରୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ପାନୀୟ ଜଳ ଏବଂ ରୋଜଗାର ଭଳି ମୌଳିକ ପ୍ରସଙ୍ଗକୁ ନେଇ ଆପ ଲୋକଙ୍କ ବିଶ୍ୱାସ ଜିତିବାରେ ସଫଳ ହୋଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି।

ଜିଲ୍ଲା ସଭାପତି ପ୍ରେମାନନ୍ଦ ସିଂହ କହିଛନ୍ତି ଯେ, ଆଗାମୀ ଦିନରେ ସଭ୍ୟସଂଗ୍ରହ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ଏବଂ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତ ଓ ଗାଁରେ ଦଳର ସଂଗଠନକୁ ସୁଦୃଢ଼ କରାଯିବ। ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଆମ ଆଦମୀ ପାର୍ଟି ନିରନ୍ତର ସଂଗ୍ରାମ ଜାରି ରଖିବ ବୋଲି ସେ ପ୍ରକାଶ କରିଛନ୍ତି। ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

9
584 views

Comment