logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମିଳନୀ ରେ ଶୋଭନା ଜେନା ଙ୍କ କବିତା ସଂକଳନ" ଚେନାଏ ଆକାଶ ଚିରୁଡ଼ାଏ ମାଟି "ଉନ୍ମୋଚିତ।

ମିଳନୀ ରେ ଶୋଭନା ଜେନା ଙ୍କ କବିତା ସଂକଳନ" ଚେନାଏ ଆକାଶ ଚିରୁଡ଼ାଏ ମାଟି "ଉନ୍ମୋଚିତ।

କେନ୍ଦୁଝର ୦୫/୦୬(ଖଣ୍ଡାଧାର ନିଉଜ) ଶୁକ୍ରବାର ଅପରାହ୍ନ ରେ ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ଅନୁଷ୍ଠାନ ର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ଙ୍କ ପୌରହିତ୍ୟ ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କବୟିତ୍ରୀ ଶୋଭନା ଜେନା ଙ୍କ କବିତା ସଂକଳନ "ଚେନାଏ ଆକାଶ ଚିରୁଡ଼ାଏ ମାଟି" ର ପାଠକାର୍ପଣ ଅନୁଷ୍ଠିତ ହୋଇ ଯାଇଛି।
ପ୍ରାରମ୍ଭ ରେ ପଣ୍ଡିତ ମଧୁସୂଦନ ମିଶ୍ରଙ୍କ ବେଦମନ୍ତ୍ର ପାଠ ମଧ୍ୟରେ ଅତିଥିମାନେ ଧୂପ ପ୍ରଜ୍ୱଳନ କରି ଉତ୍ସବ ର ଶୁଭାରମ୍ଭ କରିଥିଲେ। ଅନୁଷ୍ଠାନ ର ପ୍ରାକ୍ତନ କାର୍ଯ୍ୟନିର୍ବାହୀ ସଦସ୍ୟ ଆଡଭୋକେଟ୍ ବିଭୁତି ଭୂଷଣ ପ୍ରଧାନ ଙ୍କ ଦିବଙ୍ଗତ ଆତ୍ମର ସଦଗତି ପାଇଁ ନୀରବ ପ୍ରାର୍ଥନା କରା ଯାଇଥିଲା।
ସଂପାଦକ ଡକ୍ଟର ଚିତ୍ତ ରଞ୍ଜନ ମିଶ୍ର କବୟିତ୍ରୀ ଶୋଭନା ଙ୍କ ସୃଜନ ଜୀବନ ସମ୍ପର୍କ ରେ ସୂଚନା ଦେଇଥିଲେ।
କବୟିତ୍ରୀ ଶୋଭନା ଜେନା ମିଳନୀ କୁ ତାଙ୍କ ସୃଜନ ର ପ୍ରେରଣା ଭୂମି ଭାବରେ ପ୍ରକାଶ କରିଥିଲେ।
ବିଶିଷ୍ଟ କବି ସୁଧା ଦାଶ ମୁଖ୍ୟବକ୍ତା ଭାବରେ ଯୋଗଦେଇ କବିତା କୁ କବିର ଜୀବନ ବାଣୀ ଭାବରେ ଅଭିହିତ କରିଥିଲେ।
ଅଧ୍ୟାପକ କୈଳାସ ଚନ୍ଦ୍ର ସାହାଣୀ ଉନ୍ମୋଚିତ ପୁସ୍ତକ ଟ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀ ତାଙ୍କର ସଭାପତୀୟ ଅଭିଭାଷଣ ରେ କେନ୍ଦୁଝର ର ସାରସ୍ଵତ ପରମ୍ପରା ରେ ନାରୀ ଲେଖନୀ ସମ୍ପର୍କ ରେ ସାର ଗର୍ଭକ ଭାଷଣ ପ୍ରଦାନ କରିବା ସହିତ ଶୋଭନା ଜେନା ଙ୍କ ସୃଷ୍ଟି ର ଉତ୍କର୍ଷ ପ୍ରତିପାଦନ କରିଥିଲେ।
ବରିଷ୍ଠ କବୟିତ୍ରୀ ଇନ୍ଦୁମତୀ ପାତ୍ର ଙ୍କ ସଂଯୋଜନା ରେ ଚିନ୍ତାମଣି ମହାଳିକ, ପିନାକୀ ମିଶ୍ର, ଭରତ ଚନ୍ଦ୍ର ପାତ୍ର, ଧ୍ରୁବାନନ୍ଦ ରାଉତ୍, ଗୀତାରାଣୀ ଦାଶ, ମମତା ରାଣୀ ଦାସ, ସୁଭଦ୍ରା ମହାନ୍ତ, ରୀତାଞ୍ଜଳି ସାହୁ, ଶାନ୍ତନୁ ମହାପାତ୍ର, ନରହରି ମିଶ୍ର, ଉମାକାନ୍ତ ବେହେରା,ଶରତ କୁମାର ରାଉତ, ଡକ୍ଟର୍ ସୁମନ୍ତ୍ର ନାଏକ, ମାୟାଧର ନାୟକ, ଜିତେନ୍ଦ୍ର ପରିଡ଼ା, ମନ୍ଦାକିନୀ କର, ଜ୍ୟୋତ୍ସ୍ନା ପାଢ଼ୀ,ଡାକ୍ତର ଭାରତୀ ମହାପାତ୍ର, ସୌଦାମିନୀ ଆଚାର୍ଯ୍ୟ, ଚନ୍ଦ୍ରପ୍ରଭା କର, ଆର୍ଯ୍ୟବାଳା ମହାପାତ୍ର,ରତ୍ନ ମଞ୍ଜରୀ ରାଉତ, ଭାବିପ୍ରିୟା ସାହୁ, ବୀଣାପାଣି ଜେନା, ହରେକୃଷ୍ଣ ବେଜ, ଡାକ୍ତର ମଦନ ମୋହନ ମହାପାତ୍ର, ଡକ୍ଟର ବିପିନ୍ ବିହାରୀ ମହାପାତ୍ର, ବିରଞ୍ଚି ସାମନ୍ତରାୟ, ଡାକ୍ତର ତ୍ରିଲୋଚନ ଦାସ ସୁଜିତ ମିଶ୍ର, ଚିନ୍ମୟ ସାହୁ ଓ ପ୍ରତାପ କର୍ମକାର ପ୍ରମୂଖ କବିତାପାଠ କରିଥିଲେ। ଯୁଗ୍ମ ସଂପାଦକ ହରିହର ମହାନ୍ତ ଧନ୍ଯବାଦ ଅର୍ପଣ କରିଥିଲେ।

7
649 views

Comment