logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବଜ୍ରପାତ ରେ ୨ ଗୁରୁତର!

ବଜ୍ରପାତ ରେ ୨ ଗୁରୁତର!

ପାଟଣା:୦୫/୦୬, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଞ୍ଚଳରେ ଆଜି ଅପରାହ୍ନ ରେ କାଳବୈଶାଖୀ ବର୍ଷା ଓ ଘନ ଘନ ବଜ୍ରପାତ ହୋଇଥିଲା। ବଜ୍ରପାତ ରେ ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ଦକ୍ଷିଣପଶି ଗ୍ରାମର ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ମାନେ ହେଲେ ଦକ୍ଷିଣପଶି ସଞ୍ଜୟ ଭୂମିଜଙ୍କ ଝିଅ ପୂଜା ରାଣୀ ଭୂମିଜ(୧୭) ଏବଂ ପପୁନ ଭୂମିଜଙ୍କ ପତ୍ନୀ ମିନତୀ ମାଝୀ (୨୫) ବୋଲି ଜଣାପଡିଛି । ଉଭୟ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଗାଡ଼ି ରେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପୂଜା ରାଣୀ ଭୂମିଜ ସନ୍ଧ୍ୟା ପର୍ଯ୍ୟନ୍ତ ଅଚେତ ଅବସ୍ଥାରେ ରହିଛନ୍ତି । ଦୁଇ ଜଣଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି । ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

12
1002 views

Comment