logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଦିବଂଗତ ବିଷ୍ଣୁ ସେଠୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ଏବଂ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ।

ଦିବଂଗତ ବିଷ୍ଣୁ ସେଠୀଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ଏବଂ ଜିଲ୍ଲାସ୍ତରୀୟ କବିତା ପାଠୋତ୍ସବ।

ଭଦ୍ରକ , ୦୫/୦୬ (ଖଣ୍ଡାଧାର ନିଉଜ) ପୂର୍ବତନ ବିରୋଧୀ ଦଳର ଉପନେତା , ସୁସାହିତ୍ୟିକ, ସାଧନା ସାହିତ୍ୟ ଏକାଡେମୀର ପ୍ରାଣପ୍ରତିଷ୍ଠାତା, ସଂସ୍କୃତିପ୍ରାଣ, ବିଶିଷ୍ଟ ଐତିହାସିକ, ଭାଗବତ ପରିଷଦର ଉପଦେଷ୍ଟା, ଘାସଫୁଳର ପତ୍ରିକାର ପ୍ରତିଷ୍ଠାତା ତଥା କବି ଦିବଂଗତ ବିଷ୍ଣୁ ସେଠୀଙ୍କ ୬୬ ତମ ଜୟନ୍ତୀ ଅବସରରେ *ଭାଗବତ ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ* " ପରିଷଦର ସମସ୍ତ ସଦସ୍ୟ, ସଦସ୍ୟାଙ୍କ ପ୍ରଚେଷ୍ଟାରେ ଭଦ୍ରକ , କୋରକୋରା ଅନ୍ତର୍ଗତ କରେଇପୁର " ବିଷ୍ଣୁ ତୁଳସୀ ଉପବନ"ରେ ବିଷ୍ଣୁ ସେଠୀଙ୍କର ପ୍ରତିମୂର୍ତ୍ତି ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଯାଇଛି। ସାଧନା ସାହିତ୍ୟ ଏକାଡେମୀର ସାଧାରଣ ସମ୍ପାଦକ ତଥା ଓଡ଼ିଆ ଭାଷା ସାହିତ୍ୟ ଗବେଷକ ପଣ୍ତିତ ଦୈତ୍ୟାରି ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟ କ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦୁ କୁମାର ସାମଲ , ମାନ୍ୟବର ବିଧାୟକଙ୍କ ପ୍ରତିନିଧି ସମାଜସେବୀ ଶେଖର ମହାପାତ୍ର, ,ଜିଲ୍ଲା ବନଖଣ୍ଡ ଅଧିକାରୀ ଅରୁଣ କୁମାର ବିଶ୍ୱାଳ, ସମାଜସେବୀ ତଥା କବି ଦୀନବନ୍ଧୁ ପତି ବରେଣ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହିତ କବି ବିଷ୍ଣୁ ସେଠୀଙ୍କ କୃତି ଓ କୃତିତ୍ୱ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଭାଗବତ ପରିଷଦ ଟ୍ରଷ୍ଟ ବୋର୍ଡର ସଭାପତି ବସନ୍ତ କୁମାର ରାଉତଙ୍କ ପରିଚାଳନା ଏବଂ ଭାଗବତ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କ ଓ ସାଧନା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଦିବଂଗତ କବି ବିଷ୍ଣୁ ସେଠୀଙ୍କ ଉପରେ ଜିଲ୍ଲାସ୍ତରୀୟ ଏକ ସ୍ୱତନ୍ତ୍ର କବିତା ଆସର ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଶିଶୁ ସାହିତ୍ୟିକ ଇଂ ଅଭୟ ସୂତାର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆଖଣ୍ଡଳମଣି ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟାପକ ନୀହାର ରଞ୍ଜନ କର ମୁଖ୍ୟବକ୍ତା, ଡାକ୍ତର ଅନୀଲ କୁମାର ଦାଶ, ଅଧ୍ୟାପକ କମଳାକାନ୍ତ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କବି ବିଷ୍ଣୁ ସେଠୀଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ। ବରିଷ୍ଠ ସାମ୍ବାଦିକ ତଥା ଉତ୍ସର୍ଗ ସମାଜସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଅପୂର୍ବ ରଞ୍ଜନ ବେହେରା ,ବିଶିଷ୍ଟ ବ୍ୟବସାୟୀ କାଳନ୍ଦୀ ଚରଣ ବାରିକ , ଯୁବ ନେତା ଦେବାଂଶୁ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟାପିକା ଉଷାରାଣୀ ଜେନା , ଆଦର୍ଶ ଶିକ୍ଷୟିତ୍ରୀ ରଶ୍ମିତା ଦାଶ, ସାବିତ୍ରୀ ସେଠୀ, ଆଶୁକବି ରମେଶ ଚନ୍ଦ୍ର ସ୍ୱାଇଁଙ୍କ ସଂଯୋଜନାରେ ୮୪ ଜଣ ପ୍ରତିଷ୍ଠିତ କବି ଓ କବୟିତ୍ରୀ ଦିବଂଗତ କବି ବିଷ୍ଣୁ ସେଠୀଙ୍କ ଉପରେ ସ୍ଵରଚିତ କବିତା ଆବୃତ୍ତି କରିଥିଲେ। ଏହି ଅବସରରେ ସମସ୍ତ କବି, କବୟିତ୍ରୀ, ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାମାନଙ୍କୁ ଉପଢୌକନ ସହିତ ମାନପତ୍ର ପ୍ରଦାନ କରାଯାଇଥିଲା। ପ୍ରଜାତନ୍ତ୍ରର ଜିଲ୍ଲା ପ୍ରତିନିଧି ତଥା ଭଦ୍ରକ ସାଇକ୍ଲିଙ୍ଗ ମହାସଂଘର ସାଧାରଣ ସମ୍ପାଦକ ମନୋରଞ୍ଜନ ବାରିକ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ ପୂର୍ବକ ଅତିଥି ପରିଚୟ ଓ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ। ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, ସମାଜସେବୀ, ସାମ୍ବାଦିକ ତଥା ଗ୍ରାମବାସୀ ଉପସ୍ଥିତ ରହିବା ସହିତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।ଶେଷରେ ଭାଗବତ ପରିଷଦର ଉପଦେଷ୍ଟା କାଳନ୍ଦୀ ଚରଣ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

8
995 views

Comment