logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ସହରରେ ଘଡ଼ଘଡ଼ି, ବିଜୁଳି ମାରିବା ସହିତ କାଳବୈଶାଖୀ ବର୍ଷା।

କେନ୍ଦୁଝର ସହରରେ ଘଡ଼ଘଡ଼ି, ବିଜୁଳି ମାରିବା ସହିତ କାଳବୈଶାଖୀ ବର୍ଷା।

କେନ୍ଦୁଝର: ୦୫/୦୬ ଆଜି ରାତି ୯ ରୁ ୧୦ ଟା ମଧ୍ଯରେ କେନ୍ଦୁଝର ସହର ଓ ଆଖପାଖ ଗ୍ରାମାଞ୍ଚଳରେ କାଳବୈଶାଖୀ ବର୍ଷା ସହିତ ଘଡ଼ଘଡ଼ି ଓ ବିଜୁଳି ମାରିବା ଦେଖିବାକୁ ମିଳିଅଛି। ବର୍ଷା ହେବା କାରଣରୁ ପ୍ରବଳ ଗରମରୁ ଲୋକଙ୍କୁ ଅନେକ ଆଶ୍ବସ୍ତି ମିଳିଅଛି। ଖବର ପ୍ରସାରଣ କରିବା ମଧ୍ଯରେ ଆକାଶ ମଣ୍ଡଳ ମେଘାଚ୍ଛନ୍ନ ରହିଥିବା ବେଳେ ଝିପିଝିପି ବର୍ଷା ଲାଗିରହିଥିବା ଦେଖିବାକୁ ମିଳିଅଛି। ପବନ ବହିବା ସହିତ ବଜ୍ରପାତ ରେ କୌଣସି ପ୍ରକାରର କ୍ଷୟକ୍ଷତି ତଥା ଜୀବନହାନୀର ସୂଚନା ମିଳିନାହିଁ। ବର୍ଷା ସମୟରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା, ପୁନର୍ବାର ପବନ ଓ ବର୍ଷା କମିବାପରେ ବିଦ୍ୟୁତ୍ ସରବରାହ ସେବା ସ୍ବାଭାବିକ କାର୍ଯ୍ୟକ୍ଷମ କରାଯାଇଛି। ଭୂବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଆଗାମୀ ଦିନଗୁଡ଼ିକ ରେ ରାଜ୍ଯର ବିଭିନ୍ନ ଜିଲ୍ଲା ଗୁଡିକରେ ଏପରି କାଳବୈଶାଖୀ ବର୍ଷା, ବିଜୁଳି ମାରିବା, ଘଡଘଡି ତଥା ବଜ୍ରପାତ ହେବାର ସମ୍ଭାବନା ରହିଥିବାର ପୂର୍ବାନୁମାନ କରାଯାଇଛି। ଜନସାଧାରଣ ବିଭିନ୍ନ ଦୂରଦୂରାନ୍ତ କୁ ଯାତ୍ରା କରିବା ପୂର୍ବରୁ ପାଣିପାଗ ସୂଚନା ପ୍ରତି ଧ୍ଯାନ ଦେବା ନିତାନ୍ତ ଜରୁରୀ।

1
599 views

Comment