ସାଇ ବହୁମୁଖୀ ସେବାସମବାୟର ବାର୍ଷିକ ସାଧାରଣ ସଭା କୁଚିଣ୍ଡାରେ ଅନୁଷ୍ଠିତ
କୁଚିଣ୍ଡା: ସାଇ ବହୁମୁଖୀ ସେବାସମବାୟ ସମିତି ଲିଃ ର ବାର୍ଷିକ ସାଧାରଣ ସଭା ଏପ୍ରିଲ 4 ତାରିଖରେ କୁଚିଣ୍ଡା ଶ୍ରମିକ ଭବନରେ ଅନୁଷ୍ଠିତ ହୋଇଥିଲା। ସଭାରେ ସମବାୟର ସଭାପତି ଅଶୋକ ପଟେଲ ସଭାପତିତ୍ୱ କରିଥିଲେ ଓ ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ ସ୍ୱାଇଁ ମୁଖ୍ୟ ବକ୍ତା ଭାବରେ ଅଂଶଗ୍ରହଣ କରିଥିଲେ। କୁଚିଣ୍ଡା ସମବାୟର ଉପନିବନ୍ଧକ ରବି ଶଙ୍କର ଭିତିରିଆ ମୁଖ୍ୟ ଅଥିତି ଭାବରେ ସଭାରେ ଯୋଗଦାନ କରିଥିଲେ।
ସଭାରେ ଅନ୍ୟାନ୍ୟ ସମ୍ମାନିତ ଅଥିତିମାନେ ହେଲେ କୁଚିଣ୍ଡା ବ୍ଲକ AAO, ପୂର୍ବତନ RMC ସେକ୍ରେଟାରୀ ମହନ୍ତ ବାବୁ, NUTRINITY G ପାଣି ବାବୁ ଏବଂ ରାଶି ସୀଡ଼ସ କମ୍ପାନୀ ର ମୁକେଶ ପ୍ରଧାନ। ସମବାୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରମାକାନ୍ତ ମହାକୁଳ ବାର୍ଷିକ ବିବରଣୀ ପାଠ କରିଥିଲେ ଓ ଆସନ୍ତା ବର୍ଷ ଜଗନ୍ନାଥ ଧାମ ପୁରୀରେ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ। ଏହି ସଭାରେ ବ୍ଲକର ସମସ୍ତ କର୍ମଚାରୀ ଓ ସଭ୍ୟ ସଭ୍ୟା ମାନେ ବହୁସଂଖ୍ୟାରେ ଉପସ୍ଥିତ ଥିଲେ। ସମବାୟର ମାର୍କେଟିଙ୍ଗ ହେଡ ତଥା ନିର୍ଦେଶକ ଛବିଲ କିସାନ ପ୍ରାକୃତିକ ଚାଷରେ ଉନ୍ନତ ମାନର ଚାଷ ଉପରେ ଅନୁଷ୍ଠିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।