logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନରସିଂହ ଦାସ ହାଇସ୍କୁଲ ରେ ବିଶ୍ଵପରିବେଶ ଦିବସ ପାଳନ

ଗଞ୍ଜାମ ଜିଲ୍ଲା -ପୁରୁଷୋତ୍ତମପୁର ନରସିଂହ ଦାସ ହାଇସ୍କୁଲ ରେ ପ୍ରତି ବର୍ଷ ଭଳି ଅଦ୍ୟ ଜୁନ୍ ୫ *ବିଶ୍ୱ ପରିବେଶ ଦିବସ* ଅବସରରେ ଆମ ଶ୍ରୀରାମ ଆଦର୍ଶ ଶିକ୍ଷା ଅନୁଷ୍ଠାନ ଦ୍ୱାରା ସଚେତନତା କାର୍ଯକ୍ରମ ଯଥା *ବୃକ୍ଷରୋପଣ କାର୍ଯ୍ୟକ୍ରମ* ଏବଂ *ଦଶମ ଓ ଦ୍ୱାଦଶ ଶ୍ରେଣୀ ରାଜ୍ୟବୋର୍ଡ ପରୀକ୍ଷାରେ*ବ୍ଲକ ସ୍ତରରେ ଉତ୍ତମ ପ୍ରଦର୍ଶନ କରିଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ ଓ ପୁରସ୍କୃତ କରିବା ନିମନ୍ତେ ସମ୍ବର୍ଦ୍ଧନା ଉତ୍ସବ ଓ ସାଂସ୍କୃତିକ କାର୍ଯକ୍ରମ, ନରସିଂହ ଦାସ ହାଇସ୍କୁଲ ରେ ଆୟୋଜନ କରାଯାଇଥିଲା । ।*ଦିବା ୯ ଟାରେ ସ୍ଥାନୀୟ ନଗରପାଳ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା, ଏ. ବି.ଇ.ଓ /ବି. ଆର. ସି. ସି ଶ୍ରୀଯୁକ୍ତ ବିଜୟ ଚନ୍ଦ୍ର ବେହେରା ମହୋଦୟ ଉପସ୍ଥିତ ରହି ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ରେ କୃତୀତ୍ଵ ହାସଲ କରିଥିବା ଆମ ପଞ୍ଚାୟତ ସମିତି ର ଅଠର ଜଣ ଛାତ୍ରଛାତ୍ରୀ ଙ୍କୁ ମାନ ପ୍ରମାଣ ପତ୍ର ସହ ସମ୍ମାନିତ କରିଥିଲେ l ଏତଦ ବ୍ୟତୀତ ସାନ ଖେମୁଣ୍ଡି ପଞ୍ଚାୟତ ର ଆଡ଼ପଡା ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମର ଚର୍ଚ୍ଚି, ମହୋଦୟ ଙ୍କୁ ସମାଜ ସେବା, ଜନ ସେବା ଶିକ୍ଷା ସେବା ପାଇଁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ସ୍ଥାନୀୟPM. SHREE N. D. HIGH SCHOOL ର ଉପ ପ୍ରଧାନ ଶିକ୍ଷକ ଙ୍କୁ ବରିଷ୍ଠ ଓଡିଶା ଅଧସ୍ଥନ ଶିକ୍ଷା ସେବା ଦ୍ୱାରା ପ୍ରଧାନ ଶିକ୍ଷକ ପଦ ପାଇଁ ଉତୀର୍ଣ୍ଣ ହୋଇ ଥିବାରୁ ଶ୍ରୀଯୁକ୍ତ ଯୁଧିଷ୍ଠିର ସାହୁ ସାର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ତତ ସହିତ ଅନଲାଇନ ଶିକ୍ଷା କ୍ଷେତ୍ର ରେ ବିପ୍ଳବ ସୃଷ୍ଟି କରି ଥିବା ମ୍ୟା ଟ ସାଇ ଶିକ୍ଷା ଅନୁଷ୍ଠାନ ର ସଂସ୍ଥାପକ ଶ୍ରୀଯୁକ୍ତ ବସନ୍ତ ନେପାକ ଓ ସାଥି ଙ୍କୁ ଆମ ଅଞ୍ଚଳ ରେ ଶତକଡା 96%ନମ୍ବର ରଖି ଉତୀର୍ଣ୍ଣ କରାଇଥିବା ତାରାତାରିଣୀ ମହାବିଦ୍ୟାଳୟ ର +2ବିଜ୍ଞାନ ଛାତ୍ର ଶୁଭମ ବଦତ୍ୟା, ଉଭୟ ଙ୍କୁ ମାନପତ୍ର ସହ ସନ୍ନମାନ କରାଯାଇଥିଲା l ନଗର ପାଳ ମହୋଦୟ ଙ୍କ ସହିତ ଛାତ୍ରଛାତ୍ରୀ ମାନେ ସମବେତ ହୋଇ ବୃକ୍ଷ ରୋପଣ କରିଥିଲେ l ଏତତ ସହିତ ଆମ ଅଞ୍ଚଳ ର ଦୁଇ ଜଣ ଦିବଙ୍ଗତ ଉଦୟବାନ ଯୁବକ ଦିଲୀପ ସାବତ ଓ କୁମାରେଶ୍ୱର ବେହେରା ଦ୍ବୟ ଙ୍କ ଅମର ଆତ୍ମା ର ସାଧାରଣ ଗତି ପାଇଁ ନିରବ ପାର୍ଥନା ସହ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା l ଏହି ସଭା ରେ ପିଷ୍ଟl ରାଜ୍ୟ କାର୍ଯ୍ୟକାରିଣୀ ସମ୍ପାଦକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ବେହେରା ମହୋଦୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ l ଏହି ସଭାରେ ପ୍ରାୟ ତିନି ସହ ଛାତ୍ରଛାତ୍ରୀ, ଜନସାଧାରଣ ଓ ବହୁ ନିମନ୍ତ୍ରିତ ବହୁ ବିଜ୍ଞ ବ୍ୟକ୍ତି କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ l ଶ୍ରୀରାମ ଆଦର୍ଶ ଶିକ୍ଷା ଅନୁଷ୍ଠାନ ର ଉଦ୍ୟୋକ୍ତା ଶ୍ରୀ ରାମ ଚନ୍ଦ୍ର ପଣ୍ଡା ସଭା କାର୍ଯ୍ୟ ପରିଚାଳନା କରିଥିଲେ l ଅନୁଷ୍ଠାନ ର ସମସ୍ତ ସହଯୋଗୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ l

1
701 views

Comment