ସରକାରୀ ପଲିଟେକନିକରେ ମା ପାଇଁ ଗଛ ଟିଏ ଏବଂ ବିଶ୍ୱ ପରିବେଶ ଦିବସ ପାଳିତ: ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ସଂକଳ୍ପ*
*
ମାଲକାନଗିରି, ୫ ଜୁନ୍: ସ୍ଥାନୀୟ ସରକାରୀ ପଲିଟେକନିକ୍ ଅନୁଷ୍ଠାନ ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରୀତିରଞ୍ଜନ ପ୍ରିୟଦର୍ଶୀ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଡକ୍ଟର ରଞ୍ଜନ ସ୍ୱାଇଁ, ଅଧ୍ୟାପକ ବାଣିଜ୍ୟ ବିଭାଗ ଏବଂ ଶ୍ରୀଯୁକ୍ତ ଡମ୍ବରୁଧର ହୋନାନକ, ନମାଲକାନାଗିରିରୁ ଯୋଗ ଦେଇଥିଲେ ।
ଏହି ଅବସରରେ ସମସ୍ତ କର୍ମଚାରୀ, ଛାତ୍ର ଛାତ୍ରୀ ଏବଂ ଅତିଥିମାନେ କ୍ୟାମ୍ପସ ପରିସରରେ ମା ପାଇଁ ଗଛ ଟିଏ ସଂକଳ୍ପ ନେଇ ବୃକ୍ଷରୋପଣ କରିଥିଲେ ।
ଏହାସହ ଆଜିର ଯୁବପିଢ଼ି କିଭଳି ପରିବେଶ ସୁରକ୍ଷା ଦିଗରେ ସଚେତନ ହେବା ଜରୁରୀ, ସେ ନେଇ ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନେ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ। ଏହି ଅଭିଯାନରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ।