logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*ପରିବେଶ ସୁରକ୍ଷା ସମସ୍ତଙ୍କର ମୌଳିକ ଦାୟିତ୍ୱ* *ନାଲକୋ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ*


ଦାମନଯୋଡି: ଆଜିର ଅତ୍ୟାଧୁନିକ ଯୁଗରେ ବିଶ୍ଵ ପରିବେଶ ଦିନକୁ ଦିନ ପ୍ରଦୂଷିତ ହେବା ସହ ଜୀବଜଗତ ଉପରେ ତା'ର କୁପ୍ରଭାବ ବିସ୍ତାର କରି ଚାଲିଛି । ତେବେ ଏହାର ସୁରକ୍ଷା ସମସ୍ତଙ୍କର ମୌଳିକ ଦାୟିତ୍ୱ ହେବା ଆବଶ୍ୟକ ବୋଲି ନାଲକୋ ପକ୍ଷରୁ ଆୟୋଜିତ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ରାଜ୍ୟ ପ୍ରଦୂଷଣ ବୋର୍ଡ ଅଧିକାରୀ ଦିପେଶ ବିଶ୍ୱାଳ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ କହିଛନ୍ତି । ବିଶ୍ୱ ପରିବେଶ ଦିବସ ଅବସରରେ ନାଲକୋ ପରିବେଶ ବିଭାଗ ର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରାରମ୍ଭରେ ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ । ସମ୍ମାନୀତ ଅତିଥି ଭାବରେ ନାଲକୋ ର ବିଭିନ୍ନ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଓ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ର ବରିଷ୍ଠ କମାଣ୍ଡାଣ୍ଟ ସତ୍ୟଦେବ ଆର୍ଯ୍ୟ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ବୃକ୍ଷରୋପଣ କରିବା ସହିତକାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ପରିବେଶ ସୁରକ୍ଷା କରିବା ପାଇଁ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଦ୍ୟାନ ବିଭାଗ ଅଧିକାରୀ ମନୋରଞ୍ଜନ ରଥ ଓ ସଞ୍ଜୀବ କୁମାର କର ଙ୍କ ସମେତ ଅନ୍ୟ ମାନେ ପରିଚାଳନା କରିଥିଲେ । ଏହାପରେ ନାଲକୋ ପ୍ରେକ୍ଷାଳୟର ପରିବେଶ ସୁରକ୍ଷା ସଚେତନ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ନାଲକୋ କର୍ମଚାରୀ ଙ୍କ ପରିବାର , କର୍ମଚାରୀ ସଂଘର ନେତୃବୃନ୍ଦ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଏକକ ବ୍ୟବହାର୍ଯ୍ୟ ପ୍ଲାଷ୍ଟିକ କୁ ବର୍ଜନ, ଅନାବଶ୍ୟକ ବ୍ୟକ୍ତିଗତ ଯାନବାହନ ନ ଚଳାଇବା, ଜଳ ଅପଚୟ ନ କରିବା , ବିଦ୍ୟୁତ୍ ଚାଳିତ ଯାନ ବ୍ୟବହାର ବା ସାଇକେଲ ଚାଳନା କୁ ଗୁରୁତ୍ୱ ଦେବା ସହ ପର୍ଯ୍ୟାପ୍ତ ପରିମାଣରେ ବୃକ୍ଷ ରୋପଣ କରିବା ଦିଗରେ ପ୍ରୟାସ ଜାରି ରଖିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

6
420 views

Comment