logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ରଦ୍ଧାଞ୍ଜଳି ସଭା ସମ୍ବାଦ କୋମନା, ନୂଆପଡା: ନୂଆପଡା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ପଏଁର ଗ୍ରାମ ପଞ୍ଚାୟତରେ ବ୍ଳକ ଜ୍ୟୋତିର୍ବିଦ ସଂଘ, କୋମନା ପକ୍ଷରୁ ଦିବଙ୍ଗତ ଜ୍ୟୋତିର୍ବିଦ ଶ

ଶ୍ରଦ୍ଧାଞ୍ଜଳି ସଭା ସମ୍ବାଦ
କୋମନା, ନୂଆପଡା: ନୂଆପଡା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ପଏଁର ଗ୍ରାମ ପଞ୍ଚାୟତରେ ବ୍ଳକ ଜ୍ୟୋତିର୍ବିଦ ସଂଘ, କୋମନା ପକ୍ଷରୁ ଦିବଙ୍ଗତ ଜ୍ୟୋତିର୍ବିଦ ଶ୍ରୀ ଜଳନ୍ଧର ଶବରଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ସଭାରେ ଉପସ୍ଥିତ ସଦସ୍ୟମାନେ ଦିବଙ୍ଗତଙ୍କ ଫଟୋଚିତ୍ରରେ ପୁଷ୍ପମାଳ୍ୟ ଅର୍ପଣ କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ।
ବକ୍ତାମାନେ ଦିବଙ୍ଗତ ଜଳନ୍ଧର ଶବରଙ୍କ ଜ୍ୟୋତିଷ ଶାସ୍ତ୍ର କ୍ଷେତ୍ରରେ ଅବଦାନ, ସମାଜ ପ୍ରତି ନିଷ୍ଠା ଓ ତାଙ୍କର ସରଳ, ଆଦର୍ଶମୟ ଜୀବନକୁ ସ୍ମରଣ କରିଥିଲେ। ସେମାନେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ତାଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅଖିଳ ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଗବେଷଣା କେନ୍ଦ୍ରର ପୂର୍ବତନ ସମ୍ପାଦକ ତଥା ବ୍ଳକ ଜ୍ୟୋତିର୍ବିଦ ସଂଘ, କୋମନାର ସମ୍ପାଦକ ଜ୍ୟୋତିର୍ବିଦ ଦେବେନ୍ଦ୍ର ଛତ୍ରିଆ, ସହ-ସମ୍ପାଦକ ପଦ୍ମଚରଣ ମେହେର, କୋମନା ବ୍ଳକ ସଭାପତି ତଥା ସେବାଶ୍ରମ କାମକେଡାର ଶିକ୍ଷକ ଜ୍ୟୋତିର୍ବିଦ ନୀଳକଣ୍ଠ ରଣା, ଫୁଳଦାସ ନିଆଲ, ଲକ୍ଷ୍ମଣ ପଣ୍ଡା, ପୁଷ୍ତମ କରୁଆଁ, ଡମ୍ବରୁଧର ଶବର ପ୍ରମୁଖ ଉପସ୍ଥିତ ଥିଲେ।
ଶେଷରେ ସଂଘ ପକ୍ଷରୁ ଦିବଙ୍ଗତ ଜ୍ୟୋତିର୍ବିଦ ଶ୍ରୀ ଜଳନ୍ଧର ଶବରଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା। ବହୁ ଜ୍ୟୋତିର୍ବିଦ, ସମାଜସେବୀ ଓ ଅଞ୍ଚଳର ଗଣ୍ୟମାନ୍ୟ ବ୍ୟକ୍ତିମାନେ ସଭାରେ ଉପସ୍ଥିତ ରହି ଦିବଙ୍ଗତଙ୍କ ପ୍ରତି ଗଭୀର ଶ୍ରଦ୍ଧା ନିବେଦନ କରିଥିଲେ।

17
1098 views

Comment