logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରରେ ସମାଜସେବାର ନିଆରା ଦୃଷ୍ଟାନ୍ତ: ଦୁଇଶହରୁ ଅଧିକ ଅସହାୟ ପରିବାରଙ୍କ ସହାୟକ ସାଜିଛନ୍ତି ରବିନ୍ଦ୍ର ସିଂ ଫୌଜି।

*କେନ୍ଦୁଝରରେ ସମାଜସେବାର ନିଆରା ଦୃଷ୍ଟାନ୍ତ: ଦୁଇଶହରୁ ଅଧିକ ଅସହାୟ ପରିବାରଙ୍କ ସହାୟକ ସାଜିଛନ୍ତି ରବିନ୍ଦ୍ର ସିଂ ଫୌଜି*


କେନ୍ଦୁଝର, ୦୫/୦୬/୨୦୨୬: କେନ୍ଦୁଝର ଜିଲ୍ଲାର ସମାଜସେବା କ୍ଷେତ୍ରରେ ଏକ ପରିଚିତ ନାମ ହେଉଛନ୍ତି ରବିନ୍ଦ୍ର ସିଂ ଫୌଜି। ସଦର ବ୍ଲକ ଅନ୍ତର୍ଗତ ବନାଯୋଡି ଗ୍ରାମର ବାସିନ୍ଦା ରବିନ୍ଦ୍ର ସିଂ ଫୌଜି ନିଜର ନିଷ୍ଠା, ମାନବିକତା ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ପାଇଁ ଆଜି ଜିଲ୍ଲାବାସୀଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।
ବ୍ୟକ୍ତିଗତ ଜୀବନରେ ସେ ଭାରତୀୟ ସେନାରେ ଦୀର୍ଘ ସମୟ ଧରି କାର୍ଯ୍ୟରତ ରହି ଦେଶସେବା କରିଥିଲେ। ସେନା ଚାକିରିରୁ ଅବସର ଗ୍ରହଣ କରିବା ପରେ ସେ କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ଅର୍ନ୍ତଗତ ବନାଜୋଡି ଠାରେ ନିଜ ବାସଭବନ କରି ସମାଜସେବାକୁ ନିଜ ଜୀବନର ଲକ୍ଷ୍ୟ ଭାବେ ବାଛି ନେଇଥିଲେ। ବନାଯୋଡି ଗ୍ରାମରେ ନିଜ ବାସଗୃହ ନିର୍ମାଣ କରି ସେ ଅଞ୍ଚଳର ଗରିବ, ଅସହାୟ ଏବଂ ଅବହେଳିତ ପରିବାରମାନଙ୍କ ପାଖରେ ସଦା ସର୍ବଦା ଠିଆ ହୋଇ ଆସୁଛନ୍ତି।

ସୂଚନା ଅନୁଯାୟୀ, ରବିନ୍ଦ୍ର ସିଂ ଫୌଜି ଏପର୍ଯ୍ୟନ୍ତ ଦୁଇଶହରୁ ଅଧିକ ଦରିଦ୍ର ଓ ଅସହାୟ ପରିବାରଙ୍କୁ ବିଭିନ୍ନ ପ୍ରକାର ସହାୟତା ପ୍ରଦାନ କରିଛନ୍ତି। ଖାଦ୍ୟ ସାମଗ୍ରୀ, ପୋଷାକ, ଶିକ୍ଷା ସହାୟତା, ଚିକିତ୍ସା ସହଯୋଗ ଓ ଜରୁରୀ ସମୟରେ ଆର୍ଥିକ ସହାୟତା ଯୋଗାଇ ସେ ଅନେକ ପରିବାରଙ୍କ ମୁହଁରେ ହସ ଫୁଟାଇଛନ୍ତି। ତାଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ତାଙ୍କୁ ଜଣେ ସତ୍ୟ ଜନସେବକ ଭାବରେ ସମ୍ମାନ ଦେଉଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କୌଣସି ଅସହାୟ ପରିବାର ବିପଦରେ ପଡ଼ିଲେ ରବିନ୍ଦ୍ର ସିଂ ଫୌଜି ସର୍ବପ୍ରଥମେ ସେମାନଙ୍କ ସହାୟତା ପାଇଁ ଆଗେଇ ଆସନ୍ତି। ସେ କେବଳ ଆର୍ଥିକ ସହଯୋଗ ନୁହେଁ, ବରଂ ସମାଜରେ ମାନବିକ ମୂଲ୍ୟବୋଧ ଓ ସେବା ମନୋଭାବକୁ ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି।

ସମାଜସେବା ପ୍ରତି ତାଙ୍କର ଏହି ନିରନ୍ତର ଉତ୍ସର୍ଗ ଓ ନିଷ୍ଠା କେନ୍ଦୁଝର ଜିଲ୍ଲାରେ ଏକ ଉଦାହରଣ ସୃଷ୍ଟି କରିଛି। ଅନେକ ଯୁବକ ମଧ୍ୟ ତାଙ୍କ କାର୍ଯ୍ୟରୁ ପ୍ରେରଣା ପାଇ ସମାଜସେବା କାର୍ଯ୍ୟରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ଦେଶସେବା ପରେ ସମାଜସେବା ମାଧ୍ୟମରେ ଲୋକଙ୍କ ହୃଦୟ ଜିତିଥିବା ରବିନ୍ଦ୍ର ସିଂ ଫୌଜିଙ୍କ ଏହି ମହତ୍ ପ୍ରୟାସ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହୋଇ ରହିବ।
ଖଣ୍ଡାଧାର ନିଉଜ- କମଳଲୋଚନ ମହାନ୍ତ ଙ୍କ ରିପୋର୍ଟ।

9
671 views

Comment