logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ଫିଲ୍ମ ଏକାଡେମୀ ତରଫରୁ ଦ୍ବିତୀୟ କ୍ଷୁଦ୍ର ଚଳଚ୍ଚିତ୍ର "ମଇଳା ଜାମା" ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।

କେନ୍ଦୁଝର ଫିଲ୍ମ ଏକାଡେମୀ ତରଫରୁ ଦ୍ବିତୀୟ କ୍ଷୁଦ୍ର ଚଳଚ୍ଚିତ୍ର "ମଇଳା ଜାମା" ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି।

କେନ୍ଦୁଝର:୦୫/୦୬ (ଖଣ୍ଡାଧାର ନିଉଜ ବ୍ୟୁରୋ) କେନ୍ଦୁଝର ଜିଲ୍ଲା ରେ ନୂତନ କରି ଗଢି ଉଠିଥିବା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ "କେନ୍ଦୁଝର ଫିଲ୍ମ ଏକାଡେମୀ ଅନୁଷ୍ଠାନ" ର ୨ ୟ କ୍ଷୁଦ୍ର ଚଳଚ୍ଚିତ୍ର "ମଇଳା ଜାମା" କେନ୍ଦୁଝର ସହର ର ବିଭିନ୍ନ ସ୍ଥାନ ରେ ସୁଟିଂ ଆରମ୍ଭ ହେବ ଖୁବ୍ ଶିଘ୍ର। ଏହି ନୂତନ ଅନୁଷ୍ଠାନର ଏକମାତ୍ର ଲକ୍ଷ୍ୟ କେନ୍ଦୁଝର ଜିଲ୍ଲାରେ ଲୁକ୍କାୟିତ ପ୍ରତିଭାଧାରୀ ମାନଙ୍କୁ କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମ ରେ ଲୋକ ଲୋଚନ କୁ ଆଣିବା, "ମଇଳା ଜାମା" ର ପ୍ରଯୋଜକ ଭାବେ ଓଡ଼ିଆ ସିନେମା ଓ ସିରିଏଲ୍ ଜଗତର ଜଣାଶୁଣା ଚେହରା ପଦ୍ମ ଲୋଚନ ଦଳେଇ ଦାଇତ୍ଵ ନେବାସହ ଏକ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରେ ଅଭିନୟ କରୁଛନ୍ତି। ଏହାସହ ଏ ମାଟିର ଗୌରବ ଓ ଗର୍ବ ସନ୍ତୋଷ ଚାଟାର୍ଜୀ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିବା ସହିତ ମୁଖ୍ୟ ନାୟକ ଭୂମିକାରେ ଅବତୀର୍ଣ୍ଣ ହେବେ, ଏହାସହିତ ଉକ୍ତ ଚଳଚ୍ଚିତ୍ର ର ଦୁଇଟି ପ୍ରମୁଖ ଗୀତ ରେ କଣ୍ଠ ଦାନ ମଧ୍ୟ କରିଛନ୍ତି। "କେନ୍ଦୁଝର ଫିଲ୍ମ ଏକାଡେମୀ"ର ଏହି ପଦକ୍ଷେପ ନିଶ୍ଚିତ ଭାବରେ ଆଗାମୀ ଦିନରେ ଏ ମାଟିରୁ ଅନେକ ନୂଆ ନୂଆ ପ୍ରତିଭା ବାହାରି କେନ୍ଦୁଝର ମାଟିର ଗୌରବ ଅକ୍ଷୁର୍ଣ୍ଣ ରଖିବେ।

11
1038 views

Comment