ଜିଲ୍ଲାସ୍ତରୀୟ ସ୍କାଉଟ ଗାଇଡ ଜୁନିୟର ରେଡକ୍ରସ ଓ ଗ୍ରୀଷ୍ମକାଳୀନ ପ୍ରତିକାର ପାଇଁ ଆଲୋଚନା।
ଜିଲ୍ଲାସ୍ତରୀୟ ସ୍କାଉଟ ଗାଇଡ ଜୁନିୟର ରେଡକ୍ରସ ଓ ଗ୍ରୀଷ୍ମକାଳୀନ ପ୍ରତିକାର ପାଇଁ ଆଲୋଚନା।
କେନ୍ଦୁଝର:୦୪/୦୬ (ଖଣ୍ଡାଧାର ନିଉଜ ବ୍ୟୁରୋ) ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ତତ୍ତ୍ବାବଧାନରେ ଜିଲ୍ଲାସ୍ତରୀୟ ସ୍କାଉଟ ଗାଇଡ ଜୁନିୟର ରେଡକ୍ରସ ତଥା ହିଟ ୱେଭ ବିଷୟରେ ପ୍ରତ୍ୟେକ ବିଦ୍ୟାଳୟରେ କିପରି କୌଣସି ପ୍ରକାର ଦୁର୍ଘଟଣା ନ ଘଟିବ ସେଥିପ୍ରତି ଦୃଷ୍ଟି ଦେବାକୁ ସୁପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ମହୋଦୟ ପିପିଟି ମାଧ୍ୟମରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ରନାରାୟଣ ସାମଲ ଓ ସତ୍ୟ ନାରାୟଣ ମହାନ୍ତ ମହୋଦୟ ସୁପରମର୍ଶ ଦେଇଥିଲେ। ଜିଲ୍ଲା ର ୧୩ଟି ବ୍ଳକର ଶିକ୍ଷା ଅଧିକାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ କିପରି ସଫଳ ହେବ ସେଥି ପ୍ରତି ଦୃଷ୍ଟିପାତ କରିଥିଲେ। ୧୩ଟି ବ୍ଳକର ସେକ୍ରେଟାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିଥିଲେ। ଯେଉଁ ବ୍ଳକ ମାନଙ୍କରେ ଜିଲ୍ଲା ସ୍ତରୀୟ ଖେଳକୁଦ ଅନୁଷ୍ଠିତ ହୋଇଥିଲା, ସେହି ବ୍ଳକର ବିଇଓ ବ୍ଳକ ସମ୍ପାଦକକୁ ଉତ୍ତରୀୟ ଦେଇ ସ୍ଵାଗତ କରାଯାଇଥିଲା। ସର୍ବଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମହାନ୍ତ ମହୋଦୟ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।