logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସି ଏମ ଟ୍ରଫି ଖୋ ଖୋ ପ୍ରତିଯୋଗିତା ପାଇଁ କେନ୍ଦୁଝର ଦଳର ସୁନ୍ଦରଗଡ଼ ଯାତ୍ରା।

ସି ଏମ ଟ୍ରଫି ଖୋ ଖୋ ପ୍ରତିଯୋଗିତା ପାଇଁ କେନ୍ଦୁଝର ଦଳର ସୁନ୍ଦରଗଡ଼ ଯାତ୍ରା।

କେନ୍ଦୁଝର, : ୦୩|୦୬ ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଆସନ୍ତାକାଲି ଠାରୁ ସୁନ୍ଦରଗଡ଼b ଠାରେ ଅନୁଷ୍ଠିତ ହେବାକୁଥିବା ୧୪ ବର୍ଷରୁ କମ ବାଳକ ଏବଂ ବାଳିକା ବିଭାଗ ସି ଏମ ଟ୍ରଫି ଆନ୍ତଃ ଜିଲ୍ଲା ଖୋ ଖୋ ପ୍ରତିଯୋଗିତାର ପ୍ରଥମ ସଂସ୍କରଣରେ ଯୋଗଦେବା ପାଇଁ ଆଜି ରାତିରେ କେନ୍ଦୁଝର ଜିଲ୍ଲା ଦଳ ସୁନ୍ଦରଗଡ଼ ଅଭିମୁଖେ ଯାତ୍ରା କରୁଥିବାର ଜଣାଯାଇଛି l
ରାଜେଶ ଦେହୁରୀଙ୍କ ନେତୃତ୍ୱରେ ୧୫ ଜଣିଆ କେନ୍ଦୁଝର ବାଳକ ବିଭାଗରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳୀ ମାନେ ହେଲେ ଆଲୋକ ଦେହୁରୀ, ଆଦର୍ଶ ନାଏକ, ପ୍ରେମାନନ୍ଦ ଫାଦକର, ସୁକାନ ବୁରୁତିରିଆ (ଉପ-ଅଧିନାୟକ) ଓମ ଶ୍ରୀ ମହାନ୍ତ, ପ୍ରକାଶ କୋଣ୍ଡାଙ୍କେଲ, ତୀର୍ଥେଶ୍ୱର ଗିରି, ଯୋଗେଶ୍ୱର ମହାନ୍ତ, ଆଦିତ୍ୟରାଜ ବାରିକ, ଅଜିତ ଗିରି, ବାବୁଲ ପ୍ରଧାନ, ସ୍ନେହାଶିଷ ସେନାପତି, ଅମର ଗିରି ଏବଂ ଅମ୍ରିତ କୁମାର ଗୋପ
ସୁମିତ ଦେହୁରୀ, ଆଶିଷ ଜଏସ୍ୱାଲ, ସିପୁନ ମାଝୀ, ଜୀବନଜିତ ନାଏକ l ମ୍ୟାନେଜର ଭାବେ ୟୁ ଜି ସରକାରୀ ଉଚ୍ଚ ବିଦ୍ୟାଳୟର କାର୍ତ୍ତିକ ଜେନା ଏବଂ କୋଚ ଭାବେ ସୁମନ୍ତ କୁମାର ମହାନ୍ତ ଦଳ ସହ ଯାତ୍ରା କରୁଛନ୍ତି l
ସେହିପରି ସ୍ଵାତି ନାଏକଙ୍କ ନେତୃତ୍ୱରେ ୧୫ ଜଣିଆ କେନ୍ଦୁଝର ଜିଲ୍ଲା ବାଳିକା ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ହେଲେ ଲକ୍ଷ୍ମୀପ୍ରିୟା ନାଏକ (ଉପ-ଅଧିନାୟକ), ଶ୍ରୀୟା ନାଏକ, ଏଞ୍ଜାଲ ମୁଣ୍ଡା, ପ୍ରିୟଦର୍ଶିନୀ ନାଏକ, ଆଶାଲତା ନାଏକ, ପ୍ରତିମା ନାଏକ, ଦୀପି ନାଏକ, ଲକ୍ଷ୍ମୀ ମୁଣ୍ଡା, କୈକେଇ ନାଏକ, ନିହାରିକା ନାଏକ, କଳ୍ପନା ମୁଣ୍ଡା, ବି. ଈଶାନି, ପୂଜା ନାଏକ ଏବଂ ସାବିତ୍ରୀ ମହାକୁଢ଼ l ମ୍ୟାନେଜର ଭାବେ ଚମ୍ପୁଆ କେରଳା ଇଂଲିଶ ମିଡ଼ିଅମ ସ୍କୁଲର ନମିତା ଗିରି ଓ କୋଚ ଭାବେ କାଳୀଦାସ ସୋରେନ ଦଳ ସହ ଯାତ୍ରା କରୁଛନ୍ତି l କେନ୍ଦୁଝର ଦଳ ଆସନ୍ତା ୬ ତାରିଖ ପୂର୍ବାହ୍ନରେ ସୁନ୍ଦରଗଡ଼ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ପ୍ରଥମ ଖେଳରେ କଳାହାଣ୍ଡି ଜିଲ୍ଲାକୁ ଭେଟିବ ବୋଲି ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଠାରୁ ପ୍ରକାଶ l ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

7
1083 views

Comment