logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ବନ ବିଭାଗ ଚଢାଉ ବେଆଇନ ଶାଳ କାଠ ଜବତ।

କେନ୍ଦୁଝର ବନ ବିଭାଗ ଚଢାଉ ବେଆଇନ ଶାଳ କାଠ ଜବତ।

ପାଟଣା:୪/୬,କେନ୍ଦୁଝର ବନଖଣ୍ଡ ପାଟଣା ବନାଞ୍ଚଳ ଅଧିନସ୍ଥ ପାଟଣା ସେକ୍ସନ ନୂଆପଡା ଗ୍ରାମରେ ପାଟଣା ରେଞ୍ଜର କର୍ମଚାରୀ ଏବଂ କେନ୍ଦୁଝର ମୋବାଇଲ୍ ଟିମ୍ ଦ୍ୱାରା ବନଜାତ ଦ୍ରବ୍ୟର ଅବୈଧ ସଂରକ୍ଷଣ ସମ୍ପର୍କରେ ନିର୍ଭରଯୋଗ୍ୟ ସୂଚନା ପାଇ ସର୍ଚ୍ଚ ଅପରେସନ୍ କରଯାଇଥିଲା l ସେହି ଗ୍ରାମର ଶ୍ରୀମତୀ ଜୟମଣି ମହାନ୍ତ ଘରେ ବେଆଇନ ଭାବରେ ଗଚ୍ଛିତ ଶାଳ କାଠ ଚିହ୍ନଟ କରାଯାଇ ସେହି ସ୍ଥାନରୁ ଜବତ କରାଯାଇଥିଲା। ତେବେ ଶାଳ କାଠ ସମୁଦାୟ ୬୦ ଗୋଟି ଥିବା ବେଳେ କାଠ ମୋଟ ଆୟତନ: ୦.୬୨୦୨୨, କାଠ ଗୁଡିକର ମୂଲ୍ୟ: ୧.୫ ଲକ୍ଷ ଟଙ୍କାରୁ ଅଧିକ ଜବତ କାଠକୁ ହେପାଜତକୁ ନିଆଯାଇଛି ଏବଂ ଓଡ଼ିଶା ବନ ଆଇନ ଏବଂ ପ୍ରଯୁଜ୍ୟ ଜଙ୍ଗଲ ଆଇନର ପ୍ରାସଙ୍ଗିକ ବ୍ୟବସ୍ଥା ଅନୁଯାୟୀ ଏକ ଜଙ୍ଗଲ ଅପରାଧ ମାମଲା ପଞ୍ଜିକୃତ କରାଯାଇଛି। କାଠର ଉତ୍ସ ନିର୍ଣ୍ଣୟ କରିବା ଏବଂ ଜଙ୍ଗଲଜାତ ଦ୍ରବ୍ୟର ବେଆଇନ ଉତ୍ତୋଳନ, ପରିବହନ କିମ୍ବା ସଂରକ୍ଷଣରେ ସମ୍ପୃକ୍ତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ତଦନ୍ତ ଚାଲିଛି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

19
1267 views

Comment