ଗୁଣିଗାରେଡି ବିରୋଧରେ କାଲିମେଳା ପୋଲିସର ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି, (୦୪/୦୬): ଅନ୍ଧବିଶ୍ୱାସ ଦୂରୀକରଣ ଏବଂ ଗୁଣିଗାରେଡି ଭଳି କୁପ୍ରଥା ବିରୋଧରେ ସମାଜକୁ ସଚେତନ କରିବା ଉଦ୍ଦେଶ୍ୟରେ କାଲିମେଳା ପୋଲିସ ପକ୍ଷରୁ ଭେଙ୍କେଟପାଲମ ପଞ୍ଚାୟତର ମାଙ୍ଗୀପାଲି ଓ ଭେଙ୍କେଟପାଲମ ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମାଲକାନଗିରି ଉପଖଣ୍ଡ ପୋଲିସ ଅଧିକାରୀ ଦିବ୍ୟ ରଞ୍ଜନ ଦଳେଇ, କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, କାଲିମେଳା ତହସିଲଦାର ଡ଼. ରାମକୃଷ୍ଣ ସତ୍ୟରାଜ ଗୁରୁ, ତହସିଲ ସୁପରଭାଇଜର ଚିନା ରାଓ, ରାଜସ୍ୱ ନିରୀକ୍ଷକ, ଗ୍ରାମ ମୁଖିଆ ଓ ଗ୍ରାମ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ବକ୍ତାମାନେ ଗ୍ରାମବାସୀଙ୍କୁ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସରେ ବିଶ୍ୱାସ ନ କରି ବୈଜ୍ଞାନିକ ଚିନ୍ତାଧାରା ଅପନାଇବାକୁ ଆହ୍ୱାନ କରିଥିଲେ। ସମାଜରେ ଶାନ୍ତି, ସଦ୍ଭାବ ଓ ସଚେତନତା ବୃଦ୍ଧି ପାଇଁ ଏପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।