logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସିବିଏସ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ,ଦାମନଯୋଡ଼ି, କୋରାପୁଟ

ଦାମନଯୋଡ଼ି,୦୪/୦୬: କୋରାପୁଟ ଜିଲ୍ଲା ସଦର ମହକୁମା ହସ୍ପିଟାଲ(ଜୟପୁର)ର ସମନ୍ଵିତ ପରାମର୍ଶ ଓ ପରୀକ୍ଷଣ କେନ୍ଦ୍ର (ଆଇସିଟିସି) ଓ କୋରାପୁଟ ସ୍ଥିତ ସ୍ବେଚ୍ଛାସେବୀ ସଂଗଠନ 'ଏକତା'ର ଟିଆଇ ପ୍ରକଳ୍ପ ପକ୍ଷରୁ ମାଥାଲପୁ୍ଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ସହଯୋଗରେ ଏକ ଗୋଷ୍ଠି ସ୍ତରୀୟ ନିରୀକ୍ଷଣ (ସିବିଏସ) ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ସ୍ଥାନୀୟ କଳାହାଣ୍ଡି କଲୋନୀରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା।ଏଥିରେ ୧୨୬ଜଣଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ସହ ଏଚଆଇଭି,ଟିବି,ଯୌନ ସଂକ୍ରମଣ ଆଦି ପରୀକ୍ଷା ହୋଇ ଥିଲା।ଯୁକ୍ତାତ୍ମକ ରିପୋର୍ଟ ଆସିଥିବା ରୋଗୀଙ୍କୁ ମାଗଣାରେ ପରବର୍ତ୍ତୀ ଚିକିତ୍ସା ଓ ପରାମର୍ଶ ବ୍ୟବସ୍ଥା ରହିଛି।ଭୁବନେଶ୍ୱର ସ୍ଥିତ ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି,ନବରଙ୍ଗପୁର ଜିଲ୍ଲା ମହକୁମାର ଦିଶା' ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା।ମାଥାଲପୁ୍ଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାଃ ସୁମନ କୁମାର ଟପ୍ନୋଙ୍କ ତତ୍ତ୍ଵାବଧାନରେ ତଥା ଡ଼ାଃ ଶିବ ପ୍ରସାଦ ସାହୁଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ହୋଇଥିଲା।ଡ଼ାଃ ଅବିନାଶ ଚିନୋରା,ପିଏଚଇଓ ବିଜୟ ଖିଲ,ସୁପରଭାଇଜର ମକର ଜାନି,ସିଏଚଓ ଅବିନାଶ ଦାସ,ଏନସିଡି କାଉନସେଲର ତାପସୀ କୁମାରୀ ଜେନା,ଆଇସିଟିସି ସୁପରଭାଇଜର ଯଶଶ୍ୱିନୀ ରଥ,ଏଲଟି ପୂଜାରାଣୀ ଖଟୋଇ,ସ୍ବାସ୍ଥ୍ୟକର୍ମୀ ବେବୀ ସ୍ୱାଇଁ ଓ ଆଶାକର୍ମୀ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ।

8
1313 views

Comment