logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଓଦା ମାଟିର ସ୍ବପ୍ନ - ସସତ୍ୟବାନ୍ ନାଏକ ଙ୍କ ଦ୍ଵାରା ସ୍ବରଚିତ କବିତା।

ll ଓଦା ମାଟିର ସ୍ବପ୍ନ ll
ଶ୍ରୀ ସତ୍ୟବାନ ନାଏକ

ଆଷାଢ଼ ର ପହିଲି ବର୍ଷାରେ
ମାଟି ଦେଖେ ସ୍ବପ୍ନ ଅସୁମାରୀ
ମାଟି ମା କୋଳେ ଗୁଞ୍ଜରିବ
ଜୀବନ ସଂଗୀତ
କିନ୍ତୁ ବିଧାତାର ଭିଅlଣ ନିଆରା
ସ୍ବପ୍ନ ସବୁ ଜଳି ପୋଡି ହେଉଛି ପାଉଁଶ
ନା ଶୁଭୁଛି ଜୀବନ ସଂଗୀତ
ନା ସ୍ବପ୍ନ ନିଏ ବlସ୍ତବତା ରୂପ
ହେ ବିଧାତା
କି ଦୋଷ କରିଥିଲି ମୁହିଁ
ନିମିଷକେ ସବୁ ସ୍ବପ୍ନ
ଚୁରମାର କଲ
ତୋ ମହିମା ପରା ଅପାର
ତୋ ବିନା ନା ଗତି ଅଛି
ନା ମୁକ୍ତି
ସବୁଠି ତ ତୁ ବିଦ୍ୟମାନ
ପ୍ରାପତି ରେ ହେଉ କି
ପ୍ରଳୟ ରେ
ତଥାପି ତିଳେ ହେଲେ ଭୟ କି
ଅନୁତାପ ନାହିଁ
ସବୁ ସ୍ବପ୍ନ ତୋର ଅଜାଡି ଦେବି
ତୋ ପାଦ ପଦ୍ମରେ
ବାରବାର ଝୁରୁଥିବି ପହିଲି ବର୍ଷାକୁ
ମନରୁ ଲିଭିବନି କେବେ
ସୃଜିବାକୁ ଜୀବନ ସଂଗୀତ
ଆଖି ମୋର ଦେଖୁଥିବ
ଓଦା ମାଟିର ସ୍ବପ୍ନ l
*ମୁରୁସୁଆଁ, ବାଲିବନ୍ଧ, ଝୁମ୍ପୁରା, କେନ୍ଦୁଝର -୭୫୮୦୩୧ ମୋବାଇଲ -୭୯୭୮୨୭୦୯୬୬
(ସୌଜନ୍ୟ ଖଣ୍ଡାଧାର ନିଉଜ)

19
2803 views

Comment