ଆଜି କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ କରିଛି।
ଆଜି କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ କରିଛି।
କେନ୍ଦୁଝର:୦୪/୦୬ (ଖଣ୍ଡାଧାର ନିଉଜ) ଆଜି ଅପରାହ୍ନରେ ଭୂବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ପ୍ରକାଶିତ ସୂଚନା ଅନୁସାରେ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ କରିଥିବା ସ୍ପଷ୍ଟ କରିଅଛି। ସାଧାରଣତଃ ବର୍ଷା ଋତୁ ଅନୁସାରେ ଜୁନ୍ ମାସରୁ ଓଡ଼ିଶା ରେ ସ୍ବାଭାବିକ ଭାବରେ ବର୍ଷା ହୁଏ। କିନ୍ତୁ ସମୟାନୁସାରେ ପ୍ରାକୃତିକ ପରିବେଶ ପରିବର୍ତ୍ତନ କାରଣରୁ ଋତୁ ଅନୁସାରେ ସ୍ବାଭାବିକ ଭାବରେ ବର୍ଷା ନହେଉଥିବା ଦେଖିବାକୁ ମିଳୁଅଛି। ଯଦିଓ ଚଳିତ ବର୍ଷ ସଠିକ୍ ସମୟ ମଧ୍ୟରେ ଦେଶର ଦକ୍ଷିଣ ଭାଗରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ କରିଥିବା ଜାଣିବା ପାଇଁ ମିଳୁଅଛି।