logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଦିନ ଝଡ଼ - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ସ୍ବରଚିତ କବିତା।

*ଅଦିନ ଝଡ଼*
***************

ଦାମ୍ପତ୍ୟ ଜୀବନେ ସନ୍ଦେହ ଆସିଲେ
ଅଦିନ ଝଡ଼ ଆସଇ
ପରସ୍ପର ମଧ୍ୟେ ସ୍ନେହ ଓ ମମତା
କ୍ଷଣିକ ରେ ନାଶ ଯାଇ।

ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି
ଅଟେ ଦାମ୍ପତ୍ୟ ଜୀବନ
ଶକ୍ତ ପଥର ପରିକା ହୋଇଲେ
ଜୀବନ ହୁଅଇ ଧନ୍ୟ।

କ୍ଷୀର ନୀର ଭଳି ମନକୁ ମିଶାଇ
ଚାଲିଲେ ସଂସାର ପଥେ
ଯେତେ ଅଦିନିଆ ଝଡ଼ ବର୍ଷା ଆସେ
ଭୟ ନାହଁ କଦା ଚିତେ।

ସଂସାର ରୂପକ ସାଗର ମଧ୍ୟରେ
ନରନାରୀ ସୃଷ୍ଟି ଦୁଇ
ଦୁଃଖ ଓ ସୁଖର ଭାଗିଦାରୀ ଦୁହେଁ
ବିଧାତା ଖଞ୍ଜିଛି ମହୀ।

ଅଧୀର ନହୋଇ ଦୁଃଖ ଯନ୍ତ୍ରଣାରେ
ସୁଖେ ନହୋଇ ଵିଭୋର
ପରସ୍ପର ପ୍ରତି ସମ୍ବେଦନଶୀଳ
ମନେ ହୋଇ ଆଗଭର।

ଜୀବନ ରୂପକ ନାଆ ମେଲିଦେଇ
ସଂସାର ସାଗର ଜଳେ
ନାଉରୀ ବାପୁଡ଼ା ସଜାଇ କାଳିଆ
ଚାଲିଲେ ଧରଣୀ କୋଳେ।

ଜଣକ ଆଖିରୁ ଲୁହ ଝରି ଗଲେ
ଆନ ର ବୁକୁ ରୁ ଲହୁ
ସାର୍ଥକ ହୁଅଇ ଦାମ୍ପତ୍ୟ ଜୀବନ
ସ୍ୱାଦ ଚାଖି ହୁଏ ମହୁ।

ବୈକୁଣ୍ଠ ସମାନ ହୁଏ ସେହି ଘର
ଯହିଁ ସ୍ନେହ ଶ୍ରଦ୍ଧା ନିରନ୍ତର
ଦାମ୍ପତ୍ୟ ଜୀବନ ସୁଖମୟ ହୁଏ
ସତେ, ଦେବୀ ଦେବତା ଙ୍କ ଘର।

ଜୟ ଜଗନ୍ନାଥ 🙏
ପୁଷ୍ପା ଞ୍ଜଳି ଆଚାର୍ଯ୍ୟ
ପୁରୁଣା ବଜାର, କେନ୍ଦୁଝର

(ସୌଜନ୍ୟ- ଖଣ୍ଡାଧାର ନିଉଜ)

592 views

Comment
  • RAVIKANT KUMAR SINGH

    सर मेरा आधार में दूसरा number aid है. जो verified में problem हो रहा है. मेरा आधार verified करने की कोशिश की जाए. आधार number है. 987941764240 है verified की जाए. So kindly grant permission to aima media authority person. So thanks