logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରଫେସର ଅବନୀ ବରାଳଙ୍କ ୯୨ ତମ ଜନ୍ମବାର୍ଷିକୀ କେନ୍ଦୁଝର ଜିଲ୍ଲା ଶିକ୍ଷକ ମହାସଂଘ ଦ୍ୱାରା ପାଳିତ।

ପ୍ରଫେସର ଅବନୀ ବରାଳଙ୍କ ୯୨ ତମ ଜନ୍ମବାର୍ଷିକୀ କେନ୍ଦୁଝର ଜିଲ୍ଲା ଶିକ୍ଷକ ମହାସଂଘ ଦ୍ୱାରା ପାଳିତ।
...….................................
କେନ୍ଦୁଝର ତା ୩.୬.୨୬ ରିଖ ଜିଲ୍ଲା ଶିକ୍ଷକ ମହାସଂଘ ଆନୁକୂଲ୍ୟରେ ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ପ୍ରାଣ ପ୍ରତିଷ୍ଠାତା ତଥା ପ୍ରବୀଣ ଶିକ୍ଷାବିତ୍ ଓ ଶିକ୍ଷା ଆନ୍ଦୋଳନର ମହାନାୟକ ପ୍ରଫେସର ଅବନୀ ବରାଳଙ୍କ ୯୨ତମ ଜନ୍ମ ବାର୍ଷିକୀ ସମାରୋହ କେନ୍ଦୁଝର ଜିଲ୍ଲାର ଶିକ୍ଷକ ଭବନ ଠାରେ ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାର ବର୍ଷିୟାନ୍ ଶିକ୍ଷକ ନେତା ତଥା ଅବସରପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘର ସଭାପତି ଶ୍ରୀଯୁକ୍ତ ସଞ୍ଜୟ ବସନ୍ତ ଚକ୍ର ସ୍ୱର୍ଗତ ଅବନୀ ବାରାଲଙ୍କ ଫଟୋଚିତ୍ରରେ ପ୍ରଥମେ ମାଲ୍ୟାର୍ପଣ କରି ସଭାପତି ଦାୟୀତ୍ୱ ନିର୍ବାହ କରିଥିଲେ।ଉକ୍ତ ସଭାରେ ରାଜ୍ୟ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ ଡ. ଦୁଷ୍ମନ୍ତ ନାଏକ ଏବଂ ଡ. କୁଶ ଚନ୍ଦ୍ର ପ୍ରଧାନ ଅତିଥି ରୂପେ ଯୋଗଦେଇ ଅବନୀ ବାବୁଙ୍କ ସ୍ମୃତିଚାରଣ କରି ତାଙ୍କର ବଳିଷ୍ଟ ନେତୃତ୍ୱ କିପରି ଶିକ୍ଷକ ମାନଙ୍କ ସ୍ଥିତି କୁ ସୁଦୃଢ କରିପାରିଛି ସେ ବିଷୟରେ ଅବଗତ କରିଥିଲେ।ସେହିପରି ନିଖିଳ ଉତ୍କଳ ବେସରକାରୀ ମହାବିଦ୍ୟାଳୟ ଶିକ୍ଷକ ସଂଘର ପ୍ରାକ୍ତନ ସଭାପତି ଡ. ବିଭୂତି ଭୂଷଣ ଦାଶ ତାଙ୍କ ବକ୍ତବ୍ୟରେ ଅବନୀ ବରାଳଙ୍କ ଦୃଢ଼ ନେତୃତ୍ୱ ଏବଂ ତ୍ୟାଗ ଦ୍ୱାରା କିପରି ଶିକ୍ଷକ ସମାଜ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ।ସେହିପରି ଜିଲ୍ଲାର ପୂର୍ବତନ ଓଷ୍ଟା ର ସମ୍ପାଦକ ଚିନ୍ତାମଣି ଜେନା ତଥା ରାଜ୍ୟ ଅବସରପ୍ରାପ୍ତ ଶିକ୍ଷକ ସଂଘର କୋଷାଧ୍ୟକ୍ଷ ଏହି ସଭାରେ ଯୋଗଦେଇ ଅବନୀ ବରାଳଙ୍କ ସହ ମିଶି କିପରି ଶିକ୍ଷକ ମାନଙ୍କ ନାଯ୍ୟଦାବି ପାଇଁ ସଂଗ୍ରାମ କରୁଥିଲେ ସେସବୁର ପ୍ରତ୍ୟେକ୍ଷ ଅନୁଭୂତି ବର୍ଣ୍ଣନା କରିଥିଲେ। ଜିଲ୍ଲା ଓଷ୍ଟା ସଭାପତି ଶ୍ରୀଯୁକ୍ତ ମନ୍ମଥନାଥ ମହାନ୍ତ ଆଗାମୀ ଦିନରେ ଜିଲ୍ଲାର ଶିକ୍ଷକମାନେ କିପରି ପୁଣି ଏକାଠି ହୋଇ ସେମାନଙ୍କ ଦାବି ପୂରଣ କରିବାରେ ସମର୍ଥ ହୋଇପାରିବେ ସେଥିପାଇଁ ଆହ୍ୱାନ କରିଥିଲେ। ଉପସ୍ଥିତ ଶିକ୍ଷାବିତ୍ ଡ. ବିପିନ ବିହାରୀ ମହାପାତ୍ର କ୍ଷୋଭ ପ୍ରକାଶ କରି କହିଥିଲେ କି ଆଜିର ସମୟରେ ଶିକ୍ଷକମାନେ କିପରି ନିଜର ଆଉ ସମସ୍ୟା ନାହିଁ ବୋଲି ଭାବି ନିଷ୍କ୍ରିୟ ହୋଇ ନିଜ ମାନସିକତାରେ ପରିବର୍ତ୍ତନ ଆଣିଛନ୍ତି ।ସେହିପରି ଝୁମ୍ପୁରା ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦେବବ୍ରତ ମିଶ୍ର କୋହ ଭରା କଣ୍ଠରେ ଅବନୀ ବାବୁଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରିବା ସହ ତାଙ୍କ ସହ କଟାଇଥିବା କିଛି ବ୍ୟକ୍ତିଗତ ଅନୁଭୂତି ପ୍ରଦାନ କରିଥିଲେ।ସର୍ବଶେଷରେ ହରିଚନ୍ଦନପୁର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅବସରପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଅମୂଲ୍ୟ ମହାନ୍ତି ଅବନୀ ବାବୁଙ୍କ ତ୍ୟାଗପୁତ ସଂଘର୍ଷ ଫଳରେ ଶିକ୍ଷକ ସମାଜ କିପରି ନିଜର ଦାବି ସବୁ ହାସଲ କରିପାରିଛନ୍ତି ବର୍ଣ୍ଣନା କରିବା ସହ ଆଗାମୀ ଦିନରେ ଜିଲ୍ଲାର ଶିକ୍ଷକମାନଙ୍କୁ ପୁନଶ୍ଚ ଏକତ୍ର ହୋଇ ନିଜ ସମସ୍ୟାକୁ ସମାଧାନ କରିପାରିବେ ଉପଦେଶ ଦେଇଥିଲେ। ଶେଷରେ ଡ. ବିଭୂତି ଭୂଷଣ ଦାଶ ଉପସ୍ଥିତ ଶିକ୍ଷକମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ଶ୍ରୀଯୁକ୍ତ ଚକ୍ର ସଭା ସାଙ୍ଗ କରିଥିଲେ।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

4
1045 views

Comment