logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଧର୍ମ ପରାୟଣା ମହିଳା ଅମୃତ ମହାନ୍ତ ଙ୍କ ପରଲୋକ!

ଧର୍ମ ପରାୟଣା ମହିଳା ଅମୃତ ମହାନ୍ତ ଙ୍କ ପରଲୋକ!

ଚମ୍ପୁଆ -୦୪/୦୬(ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭଣ୍ଡା ଗ୍ରାମ ବାଙ୍କିସାହି ର ଧର୍ମ ପରାୟଣା ମହିଳା ଅମୃତ ମହାନ୍ତ (୯୧) ଙ୍କ ଆକସ୍ମିକ ପରଲୋକ ହୋଇଯାଇଛି l ସେ ଗାଧୁଆ ଘରକୁ ନିତ୍ୟକ୍ରମ କରିବାକୁ ହଟାତ ସଜ୍ଞାହୀନ ହୋଇଯିବାରୁ ପ୍ରଥମେ ଭଣ୍ଡା ଗୋଷ୍ଠୀ ସ୍ଵlସ୍ଥ୍ୟ କେନ୍ଦ୍ର ଓ ପରେ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା l ବୁଧବାର ରାତ୍ରି ଆଠଟା ତିରିଶ ମିନିଟରେ ତାଙ୍କ ପ୍ରାଣବାୟୁ ଚାଲିଯାଇଥିଲା l ସେ ଭଣ୍ଡା ଗ୍ରାମର ଲୋକପ୍ରିୟ ଅବସରପ୍ରାପ୍ତ ଶିକ୍ଷକ ଗଣେଶ୍ୱର ମହାନ୍ତ ଙ୍କ ଧର୍ମପତ୍ନୀ ଥିଲେ l ସେ ଜଣେ ଶ୍ରଦ୍ଧାଳୁ, ଧର୍ମ ପରାୟଣା ଓ ପରପୋକାରୀ ମହିଳା ଥିଲେ l ଦୀନ ଦୁଖୀ, ଅଭାବୀ ଲୋକ ଅସୁବିଧା ନେଇ ତାଙ୍କ ପାଖକୁ ଗଲେ ସେ କାହାରିକି ଖାଲି ହାତରେ ଫେରାଉ ନ ଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର ଡମ୍ବରୁଧର ମହାନ୍ତ, ଇଂ. ମହେନ୍ଦ୍ର କୁମାର ମହାନ୍ତ, ସୁଶାନ୍ତ ମହାନ୍ତ(ରୁଷି), ବୋହୁ -ଜାନକୀ, ଅତସୀ, ଉଷାରାଣୀ, ନାତି -ହେମନ୍ତ ମହାନ୍ତ (ସୁନ୍ଦରା), ନାତି ବୋହୁ କଳ୍ପନା, ନାତି ପ୍ରତୀକ ରଞ୍ଜନ, ନିଶାନ୍ତ, ବିକାଶ, ଅଣନାତି ଏଚ. କେ. ଅମିତ ଅନୁରାଗ, ପ୍ରିତମ ପ୍ରୀତିରାଜ, ଝିଅ -ମଞ୍ଜୁଲତା ମହାନ୍ତ, ନାତି ଯତୀନ୍ଦ୍ର କୁମାର, ତରଣୀସେନ, ନାତୁଣୀ ଚନ୍ଦିନୀ, ଜ୍ୱାଇଁ ଛୋଟରାୟ ଙ୍କ ସହିତ ଆତ୍ମୀୟ ସ୍ଵଜନ ଉପସ୍ଥିତ ଥିଲେ l ଗ୍ରାମ ତଥା ଅଞ୍ଚଳରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିବା ବେଳେ ଗ୍ରାମ ଶ୍ମସାନ ଡାକୁଆ ବନ୍ଧ ନିକଟରେ ତାଙ୍କ ଶେଷ କୃତ୍ୟ ଦାହ ସଂସ୍କାର କରାଯାଇଥିଲା l ତାଙ୍କ ବଡ଼ ପୁଅ ଡମ୍ବରୁଧର ମହାନ୍ତ ମୁଖାଗ୍ନି ଦେଇଥିଲେ l

30
2228 views

Comment