logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସାହାରପଡା ରେ ଜିଲ୍ଲା ସ୍ତରୀୟ ଠିକାଦାର ସଂଘ ର ଜରୁରୀ ବୈଠକ।

ସାହାରପଡା ରେ ଜିଲ୍ଲା ସ୍ତରୀୟ ଠିକାଦାର ସଂଘ ର ଜରୁରୀ ବୈଠକ।

ସ୍ବାମପାଟଣା,୩।୬ କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ମୁଖ୍ୟାଳୟ ସ୍ଥିତ କଲ୍ୟାଣ ମଣ୍ଡପ ରେ ବୁଧବାର କେନ୍ଦୁଝର ଜିଲ୍ଲା ସ୍ତରୀୟ ଠିକାଦାର ସଂଘ ର ପଦାଧିକାରୀ ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି। ସାହାରପଡା ଠିକାଦାର ସଂଘ ର ସଭାପତି କରୁଣା ସାଗର ଖାଟୁଆଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ଠିକାଦାର ସଂଘ ର ସଭାପତି ଅନୁପ କୁମାର ସାହୁ, ସମ୍ପାଦକ ଅନୁପ କୁମାର ମହାନ୍ତି, ଆନନ୍ଦପୁର ଠିକାଦାର ସଂଘ ର ସଭାପତି ଗଦାଧର ନାଏକ, ସମ୍ପାଦକ ଧବଳେଶ୍ଵର ପଟ୍ଟନାୟକ, ଉପଦେଷ୍ଟା ଗଗନ ଭୁୟାଁ, ପାଟଣା ବ୍ଲକ ଉପଦେଷ୍ଟା ମାଧବାନନ୍ଦ ପୃଷ୍ଟି, ସଭାପତି ଦିପକ ମଣ୍ଡଳ, ସମ୍ପାଦକ ପ୍ରକାଶ କୁମାର ସେଠୀ, କରଞ୍ଜିଆ ସଭାପତି ସିପୁ ନାଏକ, ଘଟଗାଁ ସଭାପତି ବୁଲାରାମ ସେଠୀ ପ୍ରମୁଖ ସମସ୍ତ ପଞ୍ଚାୟତ ସମିତି କାର୍ଯ୍ୟଗୁଡ଼ିକ ଠିକାଦାର ସିଡ୍ୟୁଲ ରେଟ୍ ରେ କାମ ପକେଇ ପାରିବେ ଓ ସିଡ୍ୟୁଲ ରେଟ୍ ରେ ପଡ଼ିଥିବା କାମ କରିପାରିବେ, ନିଜ ବ୍ଲକ କାର୍ଯ୍ୟ ଗୁଡ଼ିକ କୌଣସି ବାହାର ବ୍ଲକ ର ଠିକାଦାର କାମ ନିମନ୍ତେ ଟେଣ୍ଡର ପକାଇ ପାରିବେ ନାହିଁ, ଯଦି କରିବେ ସଂଘ ତାହାକୁ ବିରୋଧ କରିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏ ଗ୍ରେଡ କାମ ଗୁଡିକ ଜିଲ୍ଲା କମିଟିର ନିଷ୍ପତ୍ତି ରେ କରାଯିବ ଏବଂ ବାହାର ଜିଲ୍ଲାର ଠିକାଦାର ମାନଙ୍କୁ ଏଠାରେ ଯାଗା ଦିଆଯିବ ନାହିଁ ବୋଲି ଜିଲ୍ଲା ସଭାପତି ତାଙ୍କ ଅଭିଭାଷଣରେ କହିଛନ୍ତି। ବାହାର ଠିକାଦାର ମାନେ ଆସି ଆମ ଅଞ୍ଚଳରେ କାମ କରିବେ ଏବଂ ଆମର ଭାଇମାନେ କାମ ନପାଇ ନିରାଶ ହେବେ ଏକଥା କେବେ ବରଦାସ୍ତ କରାଯିବ ନାହିଁ ବୋଲି ସାହାରପଡା ସଭାପତି କରୁଣା ସାଗର ଖାଟୁଆ ଓ ପାଟଣା ବ୍ଲକ ସଭାପତି ଦିପକ ମଣ୍ଡଳ କହିଛନ୍ତି। ଏହି ସମ୍ମିଳନୀ କୁ ସାହାରପଡା ବ୍ଲକ ସମ୍ପାଦକ ଗୋବିନ୍ଦ ମହାନ୍ତଙ୍କ ତତ୍ତ୍ବାବଧାନରେ ଲଭେସ ମହାନ୍ତ, ହରେକୃଷ୍ଣ ମହାପାତ୍ର, ପ୍ରହଲ୍ଲାଦ ମହାନ୍ତ, ଅଶୋକ ସେଠୀ, ସଞ୍ଜୟ ସେଠୀ, ଜୟନ୍ତ କୁମାର ସେଠୀ, ନିର୍ମଳ ମହାନ୍ତ ପ୍ରମୁଖ ଙ୍କ ସହିତ ସମସ୍ତ ସଦସ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

1
830 views

Comment