logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସାପ କାମୁଡ଼ାରେ ଯୁବକ ମୃତ୍ୟୁ!

ସାପ କାମୁଡ଼ାରେ ଯୁବକ ମୃତ୍ୟୁ!

ପାଟଣା-୦୩/୦୬ (ଖଣ୍ଡାଧାର ନିଉଜ) ପାଟଣା ଥାନା ଅଞ୍ଚଳ ଗିଲିରିଦୁମା ଗ୍ରାମର ମୋହନ ମାଝି(୨୫) ନାମକ ଜଣେ ଯୁବକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ବରଣ କରିଛନ୍ତି। ସୋମବାର ରାତି ପ୍ରବଳ ଗରମ ହେବାରୁ ସେ ତାଙ୍କ ଘର ପିଣ୍ଡାରେ ଶୋଇଥିଲେ। ଘର ପାଖରେ ଥିବା ଉଇ ହୁଙ୍କାରୁ ଏକ ବିଷାକ୍ତ ଚିତିସାପ ଆସି ତାଙ୍କୁ କାମୁଡି ଦେଇଥିଲା। ସାପ କାମୁଡିବା ଜାଣିବା ପରେ ପ୍ରଥମେ ତାଙ୍କୁ ପାଟଣା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆ ଯାଇଥିଲା। ସେଠାରେ ଚିକିତ୍ସାଧିନ ଥିବାବେଳେ ସେ ମୃତ୍ୟୁ ବରଣ କରିଥିଲେ। ମୋହନ ର ଜୀବନ କାଳେ ଜୀବନରକ୍ଷା ହୋଇଯିବ ସେ ଉଦ୍ଦେଶ୍ୟରେ ସାପଟିକୁ ଘର ଲୋକେ ଏକ ଟୋକେଇରେ ଘୋଡାଇ ରଖିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ୍ୟୁ ବରଣ କରିବା ସୂଚନା ମିଳିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ପାଟଣା ଥାନାରେ ଅପମୃତ୍ୟୁ ମାମଲା ୨୬/୨୦୨୬ ଅନୁସାରେ ପୁଲିସ ତଦନ୍ତ କରିବା ସହ କେନ୍ଦୁଝର ଯାଇ ମୃତକର ଶବ ବ୍ୟବଚ୍ଛେଦ କରାଇଥିବା ଜଣାପଡିଛି। ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

9
999 views

Comment