logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସି ଏମ ଟ୍ରଫି କବାଡ଼ି ପ୍ରତିଯୋଗିତା ପାଇଁ କେନ୍ଦୁଝର ଦଳର ଅନୁଗୋଳଯାତ୍ରା।

ସି ଏମ ଟ୍ରଫି କବାଡ଼ି ପ୍ରତିଯୋଗିତା ପାଇଁ କେନ୍ଦୁଝର ଦଳର ଅନୁଗୋଳଯାତ୍ରା।

କେନ୍ଦୁଝର - ୦୩/୦୬(ଖଣ୍ଡାଧାର ନିଉଜ) ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ଅନୁଗୋଳ ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଆସନ୍ତାକାଲି ଠାରୁ ଅନୁଗୋଳ ଠାରେ ଅନୁଷ୍ଠିତ ହେବାକୁଥିବା ୧୪ ବର୍ଷରୁ କମ ବାଳକ ଏବଂ ବାଳିକା ବିଭାଗ ସି ଏମ ଟ୍ରଫି ଆନ୍ତଃ ଜିଲ୍ଲା କବାଡି ପ୍ରତିଯୋଗିତା ପାଇଁ ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ଦଳ ଅନୁଗୋଳ ଅଭିମୁଖେ ଯାତ୍ରା କରିଥିବାର ଜଣାଯାଇଛି l

ଶେଖ ମୁଦାସରଙ୍କ ନେତୃତ୍ୱରେ ୧୨ ଜଣିଆ କେନ୍ଦୁଝର ବାଳକ ବିଭାଗରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳୀ ମାନେ ହେଲେ ସୁମିତ ଦେହୁରୀ, ଆଶିଷ ଜଏସ୍ୱାଲ, ସିପୁନ ମାଝୀ, ଜୀବନଜିତ ନାଏକ ଜାଗ୍ରତ କୁମାର ନାଏକ, ପଙ୍କଜ ବାରିକ, ଆୟୁଷ କୁମାର ବାରିକ, ସିଏସ ଦିବ୍ୟଜ୍ୟୋତି ନାୟକ, ଆକାଶ ପୃଷ୍ଟି, ଚିରଞ୍ଜିତ ମହାନ୍ତ ଏବଂ ଗୌରବ ସାହୁ ଦଳ ସହ ମ୍ୟାନେଜର ଭାବେ ସାତପୁରୀ ହାଇସ୍କୁଲର ସୁଶୀଲ କୁମାର ନାୟକ ଏବଂ କୋଚ ଭାବେ ସୁବାଶିଷ ମହାନ୍ତ ଦଳ ସହ ଯାତ୍ରା କରିଛନ୍ତି l
ସେହିପରି ମେଚା ଚାଟlରଙ୍କ ନେତୃତ୍ୱରେ ୧୨ ଜଣିଆ କେନ୍ଦୁଝର ଜିଲ୍ଲା ବାଳିକା ଦଳରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳି ମାନେ ହେଲେ ସେବତୀ ହେମ୍ବ୍ରମ, ମିନୁ ମୁଣ୍ଡା, ସ୍ୱପ୍ନା ମାଝୀ, ମନୀଷା ରାଣୀ ହେସା, ସସ୍ମିତା ମହାନ୍ତ, ଜ୍ୟୋସ୍ନାରାଣୀ ଦେହୁରୀ, ନମ୍ରିତା ପାତ୍ର, ରଶ୍ମିରେଖା ଲାଗୁରୀ, ଜ୍ୟୋତି ମାଝୀ, ସରସ୍ବତୀ ନାଏକ ଏବଂ ସ୍ୱାତୀ ନାଏକ ll ଦଳ ସହ ମ୍ୟାନେଜର ଭାବେ ସମରଜିତ ସିଂହ ଓ କୋଚ ଭାବେ ଡି ଏନ ହାଇସ୍କୁଲର ପ୍ରଜ୍ଞାବତୀ ସିଂହ ଦଳ ସହ ଯାତ୍ରା କରିଛନ୍ତି l କେନ୍ଦୁଝର ଦଳ ଆସନ୍ତାକାଲି ଅପରାହ୍ନରେ ତାର ପ୍ରଥମ ଖେଳରେ ଅନୁଗୋଳ ହାଇସ୍କୁଲ ଗ୍ରାଉଣ୍ଡ ଠାରେ ଢେଙ୍କାନାଳ ଜିଲ୍ଲାକୁ ଭେଟିବ ବୋଲି କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଠାରୁ ପ୍ରକାଶ l

6
885 views

Comment