logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବ୍ରହ୍ମପୁରରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର: ବିଶ୍ଵ ପରିବେଶ ଦିବସରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼, ଆଞ୍ଚଳିକ କାର୍ଯ୍ୟାଳୟ ବ୍ରହ୍ମପୁର ପକ୍ଷରୁ ଏମ୍‌ସ୍କେସିଜି ଅଡିଟୋରିୟମ୍‌ରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ୩ଟି ବର୍ଗରେ ହୋଇଥିଲା ଏବଂ ପରିବେଶ ଓ ଜଳବାୟୁ ସୁରକ୍ଷା ସଚେତନତା ବିଷୟରେ ଥିଲା। ଏଥିରେ ୫୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

ବିଭାଗର ଆଞ୍ଚଳିକ ଅଧିକାରୀ ଇଂ. ଦୀପକ କୁମାର ସାହୁ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମସ୍ତଙ୍କର ଉପରେ ପଡ଼ୁଛି, ତେଣୁ ଏହା ସମ୍ବନ୍ଧରେ ସଚେତନତା ଜରୁରୀ। ଛାତ୍ରଛାତ୍ରୀଙ୍କୁ ମିସନ୍ ଲାଇଫ୍ ଶପଥ ପାଠ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ପରିଚାଳନାରେ ବିପ୍ଳବ କୁମାର ସାହୁ, ଇଂ. ନବଜ୍ୟୋତି ବେଙ୍ଗରା, ପୁନମ୍ ବେହେରା, ଅମୀୟ କୁମାର ତୁଙ୍ଗ ସାମନ୍ତ, ସଂଘମିତ୍ରା ପରିଜା, ସଦାନନ୍ଦ ମାହନ୍ତ, ଦିଲ୍ଲୀପ କୁମାର ସାହୁ ସହ ଅନେକ କର୍ମଚାରୀ ଉପସ୍ଥିତ ଥିଲେ।

2
820 views

Comment