logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରି ଜିଲ୍ଲାରେ ବାଲି ଚୋରା ଚାଲାଣ ନେଇ ଜିଲ୍ଲା ଯୁବ ବିଜେଡି ଏବଂ ଛାତ୍ର ବିଜେଡି ତରଫରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

।ମାଲକାନଗିରି- ୦୩ / ୦୬ / ୨୬


ମାଲକାନଗିରି ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ଆଜି ବିଜେଡି ଜିଲ୍ଲା ଯୁବ ସଭାପତି ଶ୍ରୀନିବାସ ମୁଦୁଲିଙ୍କ ନେତୃତ୍ୱରେ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ ଉପସ୍ଥିତିରେ ମାଲକାନଗିରି ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି
ମାଲକାନଗିରି ଜିଲ୍ଲାରେ ବାଲି ଚୋରା ଚାଲାଣ ହେଉଥିବା ନେଇ ଏକ ଦାବିପତ୍ର ପ୍ରଦନ କରିଛନ୍ତି । ଏଠାରେ ସୂଚନା
ଯୋଗ୍ୟ ଯେ ,ମାଲକାନଗିରି ଜିଲ୍ଲା ର ୨୫ଟି ଘାଟ ମଧ୍ୟରୁ ମାତ୍ର ୮ଟି ଘାଟର ଲିଜ୍‌ ବୈଧ ରହିଛି I ଅନ୍ୟ ଘାଟର ଲିଜ୍ ଅବଧୂ ସରି ଯାଇଥିଲେ ମଧ୍ୟ ମାଫିଆ ଦିନକୁ ଦିନ ଶହ ଶହ ଗାଡ଼ି ବାଲି ଲୁଟ କରୁଛନ୍ତି । କିଛି ଅସାଧୁ ମେଣ୍ଟ ଏହି ରାକେଟକୁ ଚଲାଉଥିବା ବେଳେ ଖଣି ବିଭାଗ ସଲାସୁତୁରା ହୋଇ ଚୁପ୍ ବସିଛି । କର୍ମଚାରୀ ଅଭାବ ଦର୍ଶାଇ ଚଡ଼ଉ କରୁନଥିବାରୁ ବେଫିକର ହୋଇ ମାଫିଆ ବାଲି ଚୋରାଚାଲାଣ କରି ଲକ୍ଷାଧିକ ଟଙ୍କାର ମୁନାଫା କମାଉଛନ୍ତି । କିଛି ଘାଟରୁ ବାଲି ଚୋରା ଚାଲାଣ ହେଉଥ‌ିବା ବେଳେ ଖଣି ବିଭାଗ ଜବତ କରି ଗୋଟିଏ ସ୍ଥାନରେ ଗଚ୍ଛିତ କରି ସ୍ପଟ ଅକ୍ସନ ମାଧ୍ଯମରେ ପୁଣି ସେହି ବାଲିକୁ ର‌ୟାଲଟି ଓ ପେନାଲ୍ଟି ରସିଦ କାଟି ମାଫିଆଙ୍କୁ ଦିଆ ଯାଉଛି । କିଛି ଘାଟ ଏମିତି ରହିଛି ଯାହା ଖଣି ବିଭାଗର ନଜରରେ ଓ ରେକର୍ଡରେ ନାହିଁ | ଜିଲ୍ଲାର ସିଖପାଲୀ, କମଳାପଦର, ଚିତାପାରି, ଗୋବିନ୍ଦପାଲ୍ଲୀ, ଗୋଟିଗୁଡା, ଗଙ୍ଗରାଜଗୁମା, ଖଇରାପାଲି ଏବଂ ଚାଉଳମେନ୍ଦି ବାଲି ଘାଟର ଟେଣ୍ଡର ହୋଇଥିବା ବେଳେ ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ବୈଧ ରହିଛି | ଘାଟ ଗୁଡିକ ରେ ବାଲି ପରିମାଣ କମ ଥିବାରୁ ଅଧିକାଂଶ ଘାଟ ବନ୍ଦ ପଡିଛି। ଫଳରେ ମାଫିଆ ଲିଜ୍ ହୋଇନଥିବା ଘାଟରୁ ଚୋରାଚାଲାଣ କରୁଛନ୍ତି | ବିଳମ୍ବିତ ରାତିରେ ଶତାକ ଟିପର ବାଲି ଚୋରାଚାଲାଣ ହେଉଥ‌ିବା ବେଳେ ସ୍ଥାନୀୟ ଲୋକଙ୍କୁ ନିର୍ମାଣ କାର୍ଯ୍ୟ ଲାଗି ବାଲି ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁ ବାଲି ଚୋରାରେ ମିଳୁଛି ତାହାର ଆକାଶଛୁଆଁ ହୋଇଥିବାରୁ ସ୍ଥାନୀୟ ଲୋକ ନାହିଁ ନଥିବା ଅସୁବିଧାର ସମ୍‌ମୁଖୀ ହେଉଛନ୍ତି ଏପରିକି ଆବାସ ଯୋଜନା ହିତାଧୁକାରୀ ଟ୍ରାକ୍ଟର ରେ ବାଲି ନେଉଥିବା ବେଳେ ପୋଲିସ ପ୍ରଶାସନ ଟ୍ରାକ୍ଟର କୁ ଜବତ କରୁଛି, ଫଳରେ ଆବାସ ଘର କାମ ଅଗ୍ରଗତି ହୋଇପାରୁନାହିଁ। ।ଅନ୍ୟପକ୍ଷେ ଜିଲ୍ଲାରେ ରହିଥିବା ଓର୍କେଲ, ଗିରକାନପଲ୍ଲୀ, ମାରନାପାଲି, ତମାନପାଲି, ତେଲିଗୁଡା, ଭେଙ୍କେଟପାଲମ,ମହେଶ୍ୱରପୁର, ଚିତୁପାଲି-ଏ, ଚିତୁପାଲୀ-ବି. କୋଡେମେଡଲା ପୁଲିମେଡଲା, ମାଳିଗୁଡା, ପାଙ୍ଗାମ, ପୋଡାଗୁଡା, ମେକା, ଧୂଙ୍ଗିଆପୁଟ ଏବଂ ମୋଟୁ ବାଲିଘାଟର ଟେଣ୍ଡର ବିଭାଗ ଆଜି ପର୍ଯ୍ୟନ୍ତ କାହିଁକି କରୁନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମାଲକାନଗିରି ଜିଲ୍ଲା ଯୁବ ବିଜେଡି ଓ ଛାତ୍ର ବିଜେଡି ତରଫରୁ ଏ ଦିଗରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ନ ହେଲେ ଆଗାମୀ ୧୫ ଦିନ ମଧ୍ୟରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ ରାସ୍ତାରେ ଉଲ୍ଲେଇ ବିକ୍ଷୋଭ ପ୍ରଦର୍ଶନ କରିବ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ସମ୍ପାଦକ କେ .ରାହୁଲ , ବିଜେଡି ଜିଲ୍ଲା ଛାତ୍ର ସଭାପତି ସୁବ୍ରତ କୁମାର ଦାସ , ମାଲକାନଗିରି ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ଯୁବ ବିଜେଡି ନେତା ସୁଦର୍ଶନ କୋପେ ,ସତ୍ୟଜିତ ଗୌଡ଼ ,ରାକେଶ ମଣ୍ଡଳ ,ଗୌରଭ ସଗାଡ଼ିଆ ,ଅଜୟ ବାଘ , ଶୁଭ୍ରାଂଶୁ ପରିଛା ,ଦେବନନ୍ଦ ଖିଲ ପ୍ରମୁଖ ଙ୍କ ସହ ମାଲକାନଗିରି ଜିଲ୍ଲା ଯୁବ ବିଜେଡି ଓ ଛାତ୍ର ବିଜେଡି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


5
422 views

Comment