logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଏମିତି ଏ ଜୀବନ! - ପୁଷ୍ପାଞ୍ଜଳି ଆଚାର୍ଯ୍ୟ ଙ୍କ ଦ୍ଵାରା ସ୍ବରଚିତ କବିତା।

ଏମିତି ଏ ଜୀବନ!
*****"**"""****
ସୁଖ ଦୁଃଖ ଭରା ଏଇତ ଜୀବନ
ସୁଖରେ ବିଭୋର ହୁଅନି କେହି
ଦୁଃଖ ସମୟରେ ଭାଙ୍ଗି ପଡ଼ନାହିଁ
ଘଡିକରେ ଯିବ ଦୁଃଖ ଉଭେଇ।

ପ୍ରତି ମୁହୂର୍ତ୍ତରେ ଵିଭୂନାମ ଭଜ
ଦେଖାଇବେ ପ୍ରଭୁ ସଦା ସୁପଥ
କୁପଥେ ନଯାଇ ଭଲ କାମ କର
ଧରିଥାଅ ସଦା ସତ୍ୟର ହାତ।

ବିପଦ ସମୟେ ଅଧୀର ନହୋଇ
ଜୀବନ ଯୁଦ୍ଧରେ ହାରି ନଯାଇ
ଜୀବନ ରଥକୁ ଆଗକୁ ଚଲାଇ
ସାରଥୀ କରିଵ ସେ ଭାବଗ୍ରାହୀ 🙏

ସକଳ ସନ୍ତାପ ଦୂର ହୋଇଯିବ
ମନ ପକ୍ଷୀ ତୁମ ଡ଼େଣା ହଲାଇ
ନୀଳ ଗଗନର ତାରା ଛୁଇଁ ଯାଇ
ମହା ଆନନ୍ଦରେ ଜୀବନ ଜିଇଁ।

ଆଶା ଅଭିଳାଷ ପୂରଣ ପାଇଁ କି
ହାଉଲେ ହାଉଲେ ଆଗକୁ ଯିବ
ନିରାଶ ନହୋଇ ପ୍ରଭୁ ନାମ ଧ୍ୟାୟୀ
ସଂସାର ସାଗର କୂଳେ ଲାଗିବ।

ଜୟ ଜଗନ୍ନାଥ 🙏
ପୁଷ୍ପା ଞ୍ଜଳି ଆଚାର୍ଯ୍ୟ
ପୁରୁଣା ବଜାର
କେନ୍ଦୁଝର

(ସୌଜନ୍ୟ ଖଣ୍ଡାଧାର ନିଉଜ)

11
438 views

Comment