କାଳବୈଶାଖୀରେ ଘର ଭାଙ୍ଗିଲା ଓ ବଜ୍ରପାତରେ ୩ ମେଣ୍ଢା ମୃତ!
କାଳବୈଶାଖୀରେ ଘର ଭାଙ୍ଗିଲା ଓ ବଜ୍ରପାତରେ ୩ ମେଣ୍ଢା ମୃତ!
ପାଟଣା-୦୨/୦୬: ଆଜି ଅପରାହ୍ନ ସାଢ଼େ 2 ଟା ପରେ ଅଚାନକ କାଳବୈଶାଖୀ ମାଡି ଆସିବା ସହ ପବନ ଓ ବଜ୍ରପାତରେ ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ଗ୍ରାମରେ 2 ଜଣଙ୍କ ଘର ଉପରେ ଗଛ ପଡିବା ସହିତ ବଜ୍ରପାତରେ 3 ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଛି। ଗ୍ରାମର ବୁଦ୍ଧାଦେଵ ମହାନ୍ତ ଓ ଛୋଟରାୟ ମହାନ୍ତଙ୍କ ଘର ଉପରେ ଏକ ବଡ଼ ଶାଗୁଆନ ଗଛ ଭାଙ୍ଗି ପଡି ଥିବାରୁ ଘର ଭାଙ୍ଗି ଯାଇଛି। ଏହା ବ୍ୟତୀତ ବଜ୍ରପାତ ରେ ଗ୍ରାମର ସାମରି ମୁଣ୍ଡା ଙ୍କ ର 3 ଟି ମେଣ୍ଢା ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ମେଣ୍ଢା ସମ୍ପର୍କରେ ପାଟଣା ପ୍ରାଣୀ ଚିକିତ୍ସକଙ୍କୁ ସୂଚନା ଦିଆଯାଇଥିଲା।ପ୍ରାଣୀ ଚିକିତ୍ସକ ମୃତ ମେଣ୍ଢା ଗୁଡିକର ବ୍ୟବଚ୍ଛେଦ କରିବା ପରେ ସେଗୁଡିକୁ ପୋତି ଦିଆ ଯାଇଛି। ପଲାଣଘାଟି ସରପଞ୍ଚ ଗ୍ରାମରେ ବୁଲି କ୍ଷୟକ୍ଷତି ଆକଳନ କରିଛନ୍ତି। ତେବେ ଏହି କାଳବୈଶାଖୀ ରେ ବର୍ଷା କମ ହେଉଥିବା ବେଳେ ପବନ ଓ ଘନ ଘନ ବଜ୍ରପାତ ଅଞ୍ଚଳ ବାସୀଙ୍କୁ ଡ଼ରାଉଥିବା ଚର୍ଚ୍ଚାର ବିଷୟ ହୋଇଛି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।