logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୁଣ୍ଢେଇ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ।

କୁଣ୍ଢେଇ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ।

ଗୋନାସିକା-୦୨/୦୬ (ଖଣ୍ଡାଧାର ନିଉଜ )
କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇ ପିଏମଶ୍ରୀ ବ୍ରହ୍ମେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରେ ଭୂମିକା ଚକ୍ଷୁ ଚିକିତ୍ସାଳୟ ,କେନ୍ଦୁଝର ଫିଲ୍ମ ଏକାଡେମୀ ଓ ଆମ ଆଦମୀ ସେବା ଅଭିଯାନ ର ମିଳିତ ସହଯୋଗ ରେ ଏକ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇ ଥିଲା ।ଅନୁଷ୍ଠିତ ଶିବିର ରେ କୁଣ୍ଢେଇ, ନିତ୍ୟାନନ୍ଦପୁର ସାନନୂଆଗାଁ, ବଲାଣୀପଶି ଗ୍ରାମ ର ୭୪ ଜଣ ଆଦିବାସୀ ଜନଜାତିଙ୍କ ସମେତ ପଛୁଆ ବର୍ଗ ର ଜନସାଧାରଣ ଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଥିଲା ।କାର୍ଯ୍ୟକ୍ରମ ଆରମ୍ଭ ରେ ସିଟିଜି ଫାଉଣ୍ଡେସନ ର ଅଧ୍ୟକ୍ଷ ଡକ୍ଟର ରାଜେନ୍ଦ୍ର କୁମାର ପଲେଇ ମୁଖ୍ଯ ଅତିଥି ଭାବରେ ଯୋଗଦେଇ ଶିବିର କୁ ଉଦଘାଟନ କରିଥିଲେ ଓ ସମ୍ମାନିତ ଅତିଥି ସ୍ବସ୍ଥି ଫାଉଣ୍ଡେସନ ର ସଂପାଦକ ଡକ୍ଟର ମାନସ ରଞ୍ଜନ ପଣ୍ଡାଙ୍କ ସହ କେନ୍ଦୁଝର ଫିଲ୍ମ ଏକାଡେମୀର ସଭାନେତ୍ରୀ ଶ୍ରୀମତୀ ସ୍ମୃତି ବାନାର୍ଜୀ,ଉପ ସଭାପତି ଶ୍ରୀଯୁକ୍ତ ପଦ୍ମଲୋଚନ ଦଳାଇ,ଭୂମିକାହସ୍ପିଟାଲ ର ରାଜ୍ଯ ପରିଚାଳକ ଶ୍ରୀଯୁକ୍ତ କର୍ଣାଟକିଶୋରଜେନା ଉପଦେଷ୍ଟା ଶ୍ରୀଯୁକ୍ତ ଭକ୍ତବତ୍ସଳ ମହାନ୍ତି,ହାଇସ୍କୁଲ ର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କିଶୋର ନାୟକ, ଆମ ଆଦମୀ ସେବା ଅଭିଯାନ ର ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ମହାନ୍ତ ଯୋଗ ଦେଇ ବାଂଶପାଳ ବ୍ଲକ ର ଅପହଞ୍ଚ ଇଲାକା କୁଣ୍ଢେଇ ପରି ଗାଁ ରେ ଶିବିର ଆୟୋଜନ କୁ ପ୍ରଶଂସିତ କରିବାସହ ଚକ୍ଷୁର ଯତ୍ନ କିପରି ନେବା ସେ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ଭୂମିକା ହସ୍ପିଟାଲ ର ଅପଟମ ମଧୁମିତା ମାଝୀ ଲାଲିମା ଜେନା,ଭିଜନ ଟେକନିସିଆନ ପୂଜାରାଣୀ ମହାନ୍ତ ସ୍ବାସ୍ଥ୍ୟ ସେବିକା ଭବସ୍ମିତା ପାତ୍ର ଓ ସ୍ଵାସ୍ଥ୍ଯ ସଂଗଠକ ସରୋଜ କୁମାର ବାରିକ ଉପସ୍ଥିତ ରହି ଆଖି ପରୀକ୍ଷା କରାଯାଇ ୧୬ଜଣ ଙ୍କର ମୋତିଆ ବିନ୍ଦୁ ଚିହ୍ନିତ କରାଯାଇ ସେଥିମଧ୍ୟରୁ ତୁରନ୍ତ ୬ ଜଣ କୁ ଅସ୍ତ୍ର ଉପଚାର ପାଇଁ ଭୂମିକାହସ୍ପିଟାଲ ପ୍ରେରଣ କରାଯାଇ ଅଛି ।ଏହି ଶିବିର କୁ କେନ୍ଦୁଝର ଫିଲ୍ମ ଏକାଡେମୀର ରାଜେଶ କୁମାର ରଣା ସଂଯୋଜନା କରିଥିଲେ ।ଅନୁଷ୍ଠାନ ର କର୍ମକର୍ତ୍ତା ଶ୍ରୀଯୁକ୍ତ ଦେବବ୍ରତ ପାଢୀ, ଅନ୍ତର୍ଯାମୀ ପ୍ରଧାନ, ଶୀତଲ ପତି ,ରାଜଶ୍ରୀ ଭଦ୍ରା, ରାମଚନ୍ଦ୍ର ପତି,ସୁମନ୍ତ ସାମଲ ଆମ ଆଦମୀ ସେବା ଅଭିଯାନ ର ଶ୍ରୀଯୁକ୍ତ ଡମ୍ବରୁଧର ଘଣା , ତୁଷାର ଭୁଷଣ ମହାନ୍ତ ବିଜୟ ଘଣା ବନମାଳୀ ମହାନ୍ତ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ମନୋଜ ପଟେଲଙ୍କ ରିପୋର୍ଟ।

17
1135 views

Comment